Odiapua.com

ଧାନମଣ୍ଡି ଉଦଘାଟିତ

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ରହଣିଆ ପ୍ରାଥମିକ ସେବା ସମବାୟ ସମତିରେ ଧାନମଣ୍ଡି ଶୁକ୍ରବାର ସମ୍ପାଦକ ସନ୍ତୋଷ କୁମାର ଦାସଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ସମିତି ପରିସରରେ ଏଥିନେଇ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ସମିତି ସଭାପତି ଚିନ୍ତାମଣି ସେନାପତି, ରଞ୍ଜନ କୁମାର ବେହୁରିଆ, ଚାଷୀ ଅଞ୍ଜନ କୁମାର ସ୍ୱାଇଁ, କ୍ରୀତିଞ୍ଜୟ ସେନାପତି, ଗୁଣାକାର ସାହୁ, ମନୋଜ କୁମାର ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇ ମଣ୍ଡି ଉଦଘାଟନ କରାଯାଇଥିଲା । ଏହି ସମିତିରେ ୭୮୮ ଚାଷୀ ଖରିଫ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିଥିବା ଜଣାଯାଇଛି । ଏଜିଏନ ରାଇସ ମିଲକୁ ସମିତି ସହ ଧାନକ୍ରୟ ପାଇଁ ଟ୍ୟାଗ କରାଯାଇଛି । କାର୍ଯ୍ୟକ୍ରମକୁ ଓମକାରନାଥ ବାରିକ, ସୁବାସ ଚନ୍ଦ୍ର ପାତ୍ର, ନିଳମଣୀ ସାମଲ ପ୍ରମୁଖ ସମିତିର କର୍ମଚାରୀମାନେ ପରିଚାଳନା କରିôତଲେ ।