Odiapua.com

ଧାନମଣ୍ଡିରେ ସ୍ୱଚ୍ଛତା,ଦଲାଲ ମୁକ୍ତ କରି ଚାଷୀଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ମଣ୍ଡି ବୁଲିଲେ ଜିଲ୍ଲାପାଳ

ମାଲକାନଗିର,୮ା୧୨(ଓଡିଆ ପୁଅ)  ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ୬୩ଟି ଧାନ ମଣ୍ଡିରେ ସ୍ୱଚ୍ଛତା ଆଣି ଦଲାଲମୁକ୍ତ କରି ଚାଷୀମାନଙ୍କୁ ସମସ୍ତପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରତିଦିନ ବିଭିନ୍ନ ସ୍ଥାନରେ ଧାନ ମଣ୍ଡିପରିଦର୍ଶନ କରି ଚାଷୀମାନଙ୍କ ସହିତ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଥିବା ଖରିପ ଚାଷର କିଛି ଧାନମଣ୍ଡିରେ ଦଲାଲ ଚାଷୀମାନଙ୍କୁ ଠକୁଥିବାର ଖବର ପାଇ ଜିଲ୍ଲାପାଳ  ବିଭିନ୍ନ ଧାନମଣ୍ଡି ନିୟମିତ ଭାବେ ବୁଲିବା ଆରମ୍ଭ କରିଦେଇଛନ୍ତି ।  ଗତକାଲି କୋରକୁଣ୍ଡା ଲ୍ୟାମ୍ପସ ଅଧିନରେ ଥିବା ବିଭିନ୍ନ ଧାନମଣ୍ଡିକୁ ଅଚାନକ ଭାବେ ଜିଲ୍ଲାପାଳ ମନୀଷଆଗ୍ରଓ୍ୟାଲ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ପରିଦର୍ଶନ କରି ମଣ୍ଡିରୁ ଚାଷୀଙ୍କ ବିକ୍ରୟ ଧାନଗୁଡିକୁ ତୁରନ୍ତ ଉଠାଇନେବା ପାଇଁ ମିଲରମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇ  ମଣ୍ଡିରେ ଚାଷୀମାନଙ୍କ ସମସ୍ୟା ନେଇ ସେମାନଙ୍କ ସହିତ ସିଧାସଳଖ ଭାବେ ଆଲୋଚନା କରିଥିଲେ । ମଣ୍ଡିରେ ଚାଷୀମାନଙ୍କ ଧାନକ୍ରୟ କେମିତି ଚାଲିଛି, ଧାନର ମାନ କିପରି ନିରୁପଣ ହେଉଛି ତଦାରଖ କରି ମଣ୍ଡିରେ ସ୍ୱଚ୍ଛତା ବଜାଇ ରଖିବାସହିତ ଦଲାଲମୁକ୍ତ କରି ଚାଷୀମାନଙ୍କୁ ସମସ୍ତପ୍ରକାର ସରକାରି ସୁବିଧି ସୁଯୋଗ ଯୋଗାଇ ଦେବାପାଇଁ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ । କାଲିମେଳା, ମାଲକାନଗିରି,ପଡିଆ,କୋରକୁଣ୍ଡା,କୁଡୁମୁଲୁଗୁମ୍ମା, ଖଇରପୁଟ (ବଣ୍ଡାଲ୍ୟାମ୍ପସ), ମାଥିଲ,ଶିଖପାଲି ୮ଟି ଲ୍ୟାମ୍ପସ ଓ ଚାଲାଣଗୁଡା ଲକ୍ଷ୍ମିଦେବୀ ମହିଳା ମଣ୍ଡଳ ଏସଏଚଜି  ସଂସ୍ଥା ଦ୍ୱାରା ଜିଲ୍ଲାପ୍ରଶାସନ ପକ୍ଷରୁ ୬୩ ମଣ୍ଡି ଖୋଲାଯାଇ ଚାଷୀମାନଙ୍କ ଠାରୁ ଧାନକ୍ରୟ ଆରମ୍ଭ ହୋଇଯାଇଛି ।  ଖୁବଶିଘ୍ର ସମସ୍ତ ଧାନ ମଣ୍ଡିରେ ଚାଷୀମାନଙ୍କ ଠାରୁ ଧାନକ୍ରୟ କରା ଯାଇ ସେମାନଙ୍କୁ ଉପଯୁକ୍ତମୂଲ୍ୟ ଦିଆଯିବ,  ଜିଲ୍ଲାର ୨୧ଟି ମିଲର ଙ୍କୁ ମଣ୍ଡିରୁ ଧାନଉଠାଇବା ପାଇଁ ଦାଇତ୍ୱ ଦିଆ ଯାଇଛି । ଚାଷୀମାନଙ୍କୁ ଏକ ସପ୍ତାହ ମଧ୍ୟରେ ସେମାନଙ୍କ ଧାନ ବିକ୍ରୀ ପଇସା ଅନଲାଇନ ମାଧ୍ୟମରେ ଦିଆଯିବ, ସମସ୍ଥ ମଣ୍ଡିରେ ଶାନ୍ତି ଶୃଙ୍ଖଳାର ସହିତ ଧାନ କ୍ରୟ ଚାଲିଛି, କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ, ସମସ୍ଥ ମଣ୍ଡିକୁ ଜିଲ୍ଲାପ୍ରଶାସନିକ ଅଧିକାରୀ,ଯୋଗାଣ ବିଭାଗ ଅଧାକାରୀ ଓ ଲ୍ୟାମ୍ପସ ଏମଡି ମାନେ ଉପସ୍ଥିତ ରହି ଚାଷୀମାନଙ୍କର ଯେପରି କିଛି ଅସୁବିଧା ନହୁଏ ସେଥିପ୍ରତି ତଦାରଖ କରୁଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ କହିଛନ୍ତି ।