Odiapua.com

ଧାନବିଲରୁ ଯୁବକର ଶବ ଉଦ୍ଧାର

ନୟାଗଡ଼, ୯ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଓଡ଼ଗାଁ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା-ଶରଣକୁଳ ରାସ୍ତାର ପାଟୁଳିସାହି ନିକଟ ଏକ ଧାନବିଲରୁ ଜଣେ ଯୁବକର ଶବ ଉଦ୍ଧାର କରାଯାଇଛି। ଯୁବକର ନାମ କାଳିସାହି ସାହୁ ଓ ତାଙ୍କ ଘର ଓଡ଼ଗାଁ ଗାନ୍ଧୀ ନଗର ସାହି। ସେ ଗୋଡ଼ିପଡ଼ା ବିଦ୍ୟୁତ ଡିଭିଜନରେ ଚାକିରୀ କରିଥିବାବେଳେ ସେ ସେଠାରୁ ଫେରୁଥିବାବେଳେ ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।