Odiapua.com

ଧାନବସ୍ତା ରଖି ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ, ୧୧ ଘଣ୍ଟା ଧରି ଅଟକିରହିଲା ଯାନ ବାହାନ,ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ହେଲା ଆନ୍ଦୋଳନ,ଟାର୍ଗେଟ ନଥିବାରୁ ଧାନ ବିକି ପାରୁ ନାହାନ୍ତି ଚାଷୀ ,ବର୍ଷରେ ଗଜା ମାରିଲାଣି ଧାନ

ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ଜାମଯୋଡ଼ି ଓ ଅମୃତପୁର ସମବାୟ ସମିତି ଅଧୀନରେ ଥିବା ଚାଷୀମାନେ ଧାନ କିଣାରେ ଯୋଗାଣ ବିଭାଗର ଅବହେଳା ଓ ଟାର୍ଗେଟନଥିବା ପ୍ରତିବାଦରେ ରବିବାର ସକାଳ ୮ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥକୁ ଗଦିବଜାରରେ ଧାନବସ୍ତା ରଖି ଅବରୋଧ କରିଥିଲେ। ରାଜ୍ୟ ରାଜ ପଥକୁ ୧୧ଘଣ୍ଟା ଧରି ଅବରୋଧ କରିଥିଲେ। ଫଳରେ ଯାନ ବାହାନ ଚଳା ଚଳ ଠପ ହୋଇଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ଅଟକି ରହିବାରୁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ଖବରପାଇ ପ୍ରଥମେ ଅତିରିକ୍ତ ତହସିଲଦାର ନମିତା ଧଳ,ବିଡ଼ିଓ ନିରଞ୍ଜନ ବାରିକ , ଏମ ଆଇ ପ୍ରୀତିଶ ସାମଲ ରାସ୍ତା ଅବିରୋଧକାରୀଙ୍କ ନିକଟରେ ପହଞ୍ଚି ଯେତେ ପ୍ରକାର ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଚାଷୀମାନେ ସେମାନଙ୍କ ଦାବି ପୂରଣ ନହେଲେ ରାସ୍ତା ଅବରୋଧରୁ ହଟିବେ ନାହିଁ ବୋଲି ଜିଦ ଧରିଥିଲେ।ଅପରାହ୍ନରେ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ପହଞ୍ଚି ଜାମଯୋଡି ସମିତିକୁ ରବିବାର ୧ହଜାର କୁଇଣ୍ଟାଲ ସୋମବାର ପୂର୍ବାହ୍ନରେ ୨ହଜାର କୁଇଣ୍ଟାଲ ଓ ମିଲରଙ୍କ ସହ ଏଗ୍ରିମେଣ୍ଟ ସରିବାପରେ ଆଉକିଛି ଟାର୍ଗେଟ ଦିଆଯିବ ଏବଂ ଅମୃତପୁର ସମିତିକୁ ୫୦୦କୁଇଣ୍ଟାଲ ଟାର୍ଗେଟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ପୂର୍ବାହ୍ନରେ ଜିଲାପାଳ ଦିଲୀପ ରାଉତରାଏଙ୍କ ସହ ଫୋନରେ କଥା ହୋଇ ସମିତିକୁ ଟାର୍ଗେଟ ଦିଆଯାଇ ଚାଷୀଙ୍କ ସବୁ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ଟାର୍ଗେଟ ଦିଆଯାଉ ବୋଲି ଚାଷୀମାନେ ଦାବିକରି ଆନ୍ଦୋଳନ ଅବ୍ୟାହତ ରଖିଥିଲେ। ପରେ ବିଡ଼ିଓ ନିରଞ୍ଜନ ବାରିକ ଘଟଣାସ୍ଥଳରେ ପହଞ୍ଚିଥିଲେ କ୍ଷ ସ୍ଥାନୀୟ ରାଜସ୍ୱ କାର୍ଯ୍ୟାଳୟରେ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ବି କୌଣସି ସୁଫଳ ମିଳିନଥିଲାକ୍ଷ ପ୍ରକାଶ ଯେ ,ଜାମଯୋଡ଼ି ଓ ଅମୃତପୁର ସମିତି ମଣ୍ଡିରେ ଚାଷୀମାନେ ଧାନ ବିକି ପାରୁ ନାହାନ୍ତି କ୍ଷ ଟାର୍ଗେଟ ନଥିବାରୁ ସମିତି କର୍ତ୍ତୃପକ୍ଷ ଧାନ କିଣା ବନ୍ଦ କରି ଦେଇଛନ୍ତ। ଯାହାଫଳରେ ଜାମଯୋଡ଼ି ସମିତି ମଣ୍ଡିରେ ୮ହଜାର କୁଇଣ୍ଟାଲ ଧାନ ଏବଂ ଏବଂ ଅମୃତପୁର ମଣ୍ଡିରେ ୭ହଜାର କୁଇଣ୍ଟାଲ ଧାନବସ୍ତା ପଡ଼ି ରହିଛି କ୍ଷ ଜାଯୋଡି ସମିତିକୁ ୬,୪୦୦ କୁଇଣ୍ଟାଲ ଓ ଅମୃତପୁର ସମିତିକୁ ୧୧୯୩ କୁଇଣ୍ଟାଲ ଟାର୍ଗେଟ ଦେବାକୁ ଦାବିକରିଥିଲେ।ପଡିରହିଥିବା ଧାନବସ୍ତା ବର୍ଷା ଖାଇ ଗଜା ମାରିଲାଣି । ମିଲରମାନେ ଧାନବସ୍ତା ଉଠାଉ ନଥିବାରୁ ଏପ୍ରକାର ପରିସ୍ଥିତି ଉପୁଜିଛି କ୍ଷ ମିଲରମାନେ ଧାନ ଉଠାଉ ନଥିବାରୁ ଏପ୍ରକାର ପରିସ୍ଥିତି ଉପୁଜିଥିବା ସେମାନେ ଦର୍ଶାଇଥିଲେ । ଅପରପକ୍ଷେ ମଣ୍ଡିରେ ଧାନ ବିକିଥିବା ବହୁ ଚାଷୀ ଅଦ୍ୟାବଧି ପ୍ରାପ୍ୟ ନପାଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଇଛନ୍ତି । ଏଥିରେ ଅସନ୍ତୋଷ ପ୍ରକାଶ କରି ଚାଷୀମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ନେଇଥିବା ଜଣାଯାଇଛି । ଅମୃତପୁର ସମିତି ସଭାପତି ଅଜୟ କୁମାର ରାଉତ ଏବଂ ଜାମଯୋଡ଼ି ସଭାପତି ଅର୍ଜୁନ ଚରଣ ନାୟକଙ୍କ ନେତୃତ୍ୱରେ ସୀତାକାନ୍ତ ପଣ୍ଡା, ଉମାକାନ୍ତ ପାଣିଗ୍ରାହୀ, ରମେଶ ଚନ୍ଦ୍ର ବଳ, ବିଷ୍ଣୁ ମଲିକ, ସୁଦର୍ଶନ ନାୟକ, କିଶୋର ଜେନା, ଅଜୟ ନାୟକ, ଶାନ୍ତ୍ୱନୁ ବଳ, ରମାକାନ୍ତ ମହାନ୍ତି,ବିଦ୍ୟାଧର ଦାସ,କିଶୋର ଜେନା,ସନାତନ ପାଢ଼ୀ, କନକ ଧନୀ,କାର୍ତ୍ତିକ ଧଳ,ମନ୍ମଥ ବାରିକ,ଶିଶିର ବଳ, ଉମାକାନ୍ତ ପାଣିଗ୍ରାହୀଙ୍କ ପ୍ରମୁଖଙ୍କ ସମେତ ଶତାଧିକ ଚାଷୀ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଥିଲେ ।