Odiapua.com

ଧସିଥିବା ଗେଙ୍ଗୁଟି ନଦୀବନ୍ଧର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷା ଓ ନଦୀରୁ ବନ୍ୟାଜଳ ହ୍ରାସ ପାଇବା ପରେ ଗେଙ୍ଗୁଟି ନଦୀବନ୍ଧରୁ ୫ ଥର ମାଟି ଧସିଛି। ଗେଙ୍ଗୁଟି ନଦୀବନ୍ଧର ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁରସ୍ଥିତ ମହାନ୍ତିସାହି, ମଳିକସାହି, ତିଆଡିସାହି ନିକଟରେ ବାରମ୍ବାର ନଦୀବନ୍ଧରୁ ମାଟି ଧସୁଛି। ଫଳରେ ସ୍ଥାନୀୟ ଲୋକ ବନ୍ୟା ସମୟରେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ସ୍ଥାନୀୟ ବିଧାୟକ ବିଷ୍ଣୁ ସେଠୀ ଧସିଥିବା ନଦୀବନ୍ଧ ସ୍ଥାନକୁ ପରିଦର୍ଶନ କରିଛନ୍ତି। ଏଥିସହ ଧାମନଗର ଜଳସେଚନ ବିଭାଗର ଅଧିକାରୀଙ୍କ ସହିତ ବନ୍ଧରେ ଧସିଥିବା ମାଟି ସମ୍ପର୍କରେ ଆଲୋଚନା କରିବା ସହିତ ତୁରନ୍ତ ସ୍ଥାୟୀ ମରାମତି ପାଇଁ ନିର୍ଦେଶ ଦେଇଛନ୍ତି। ବିଧାୟକଙ୍କ ସହିତ ବିଜେପି ଦଳର ଜିଲା ସାଧାରଣ ସମ୍ପାଦକ ଅଶୋକ ପୁହାଣ, ଜିଲା ପରିଷଦ ସଭ୍ୟ ମନୋଜ ମଲ୍ଲିକ, ମଣ୍ଡଳ ସଭାପତି ଅରବିନ୍ଦ ପତି, ମିଡିଆ ସେଲର ବୈକୁଣ୍ଠନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।