Odiapua.com

ଧଳା ଜହର କବଜାରେ ନନ୍ଦିପଦା ଥାନାଅଞ୍ଚଳ, ଯୁବପିଢ଼ୀ ବିପଥଗାମୀ

ହାଟଡ଼ିହି, ୧୫/୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଏବେ ଧଳା ଜହରର କାରବାର ବୃଦ୍ଧି ପାଇଛି । ଗତ କିଛିଦିନ ଧରି ନନ୍ଦିପଦା ଥାନା ଅଞ୍ଚଳର କିଛି ନିଦ୍ଦିଷ୍ଟ ସ୍ଥାନରେ ଏହି ଧଳା ଜହର କାରବାର ହେଉଥିବାବେଳେ ଏହାଦ୍ୱାରା ଯୁବପିଢ଼ୀ ବିପଥଗାମୀ ହେଉଛନ୍ତି । ଏହି ଧଳା ଜହର ବାଲେଶ୍ୱର ଓ କଲିକତା ଅଞ୍ଚଳରୁ ଏଠାକୁ ଆସୁଥିବାବେଳେ ‘ପାଓ ୩୦୦’ ନାମରେ ଏହା ନାମିତ ହୋଇଛି । ଯାହାର ଦାମ ୩୦୦ଟଙ୍କାରେ ବିକ୍ରୀ ହେଉଛି । ବିଶେଷକରି ଯୁବ ପିଢ଼ୀ ଓ କିଛି ଅସାମାଜିକ ଯୁବକ ଏହି ପାଓ ୩୦୦ ବ୍ୟବହାର କରି ନାନା ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଗତ କିଛିଦିନ ତଳେ ହାଟଡିହି ବ୍ଲକ ଛକ ନିକଟରେ ଏକ ଚୋର ଚୋରୀ କରୁଥିବା ସମୟରେ ଧରାପଡିବାପରେ ତା ନିକଟରୁ ମଧ୍ୟ କିଛି ହେରୋଇନ ଜବଦ ହୋଇଇôଲା । ଉକ୍ତ ଯୁବକ ଜଣକ ସେତେବେଳେ ବାଲେଶ୍ୱରରୁ ଜଣେ ଯୁବକ ଆଣି ଦେଇଥିବା ସ୍ୱୀକାର ମଧ୍ୟ କରିଥିଲା । କିନ୍ତୁ ପୁଲିସ ସେ ଦିଗକୁ କୌଣସି ଦୃଷ୍ଟି ଦେଇ ନଥିଲା । ଏବେ ଗାଁ ଗହଳିରେ ଥିବା ଛୋଟ କାଟିଆ ପାନ ଦୋକାନ ମାନଙ୍କରେ ଏହା ଯୋର ସୋରରେ ବିକ୍ରି ହେଉଥିବା ଶୁଣିବାକୁ ମିଳୁଛି । ଏହି ହେରୋଇନ ଓ ଚରସ ଭଳି ଧଳା ଜହରକୁ କିଏ ଏଠାକୁ ଆଣି ଛୋଟ ଛୋଟ ବ୍ୟବସାୟୀଙ୍କୁ ଯୋଗାଣ କରୁଛି ତାହା ତଦନ୍ତ ସାପେକ୍ଷ । ପୁଲିସ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମି ଦିନରେ ଏହା ଏ ଅଞ୍ଚଳରେ ଭୟାନକ ପରିସ୍ଥିତି ସୃଷ୍ଟି କରିବ ଓ ଅଞ୍ଚଳର ସମଗ୍ର ଯୁବ ସମାଜ ବିପଥଗାମୀ ହୋଇପଡିବେ ଓ ବିଭିନ୍ନ ସ୍ଥାନରେ ଆଇନି ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି ।