Odiapua.com

ଧଳାଜହର ବେପାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି ପୁରୀ : ୧୭୨ ଗ୍ରାମ ବ୍ରାଉନସୁଗାର ଜବତ

ପୁରୀ ୧୯-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଧଳାଜହର ବେପାରୀଙ୍କ ପେଣ୍ଠସ୍ଥଳୀ ପୁରୀ ପାଲଟିଥିବା ବେଳେ ଆଜି ପୁରୀ ପୋଲିସକୁ ପୁଣିଥରେ ମିଳିଛି ବଡ଼ ସଫଳତା। ଏସଟିଏଫ ଓ ସମୁଦ୍ର କୂଳ ଥାନା ପୋଲିସ ଦ୍ୱାରା ୧୭୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ତାଳବଣିଆ ଆଇଟିଆଇ ଛକ ନିକଟରୁ ୩ ମୁଖ୍ୟ ବ୍ରାଉନସୁଗାର ବେପାରୀଙ୍କୁ ସମୁଦ୍ର କୂଳ ଥାନା ପୋଲିସ ଗିରଫ କରିଛି‌। ଏହାସହ ୧୫ ହଜାର ୨୩୯ ଟଙ୍କା, ୩ଟି ମୋବାଇଲ ଫୋନ, ୨ଟି ବାଇକ ଜବତ କରାଯାଇଛି।

ବ୍ରାଉନସୁଗାର କାରବାରର ଏହି ତିନି ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସଦର ବ୍ଲକ ଛକ ଅଞ୍ଚଳର‌ ସୁବାଷ କୁମାର ଦାସ, ୱଟର ୱର୍କ୍ସ ରୋଡର ମାନସ ରଞ୍ଜନ ବାରିକ ଓ ଚନ୍ଦନପୁର ତଳଜଙ୍ଗ ଗ୍ରାମର ଆଶୁତୋଷ ପରିଡା।

ପୁରୀ ଜିଲ୍ଲାକୁ ନିଶାମୁକ୍ତ କରିବା ପାଇଁ ଏସପି କେ. ବିଶାଲ ସିଂଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରୀ ରହିବ ବୋଲି ଅତିରିକ୍ତ ଏସପି କହିଛନ୍ତି।