Odiapua.com

ଧର୍ଷଣ ଅଭିଯୋଗରେ ମୁଦଲାକୁ ୭ବର୍ଷ ସଶ୍ରମ କାରାଦଣ୍ଡ

ନୟାଗଡ଼, ୯ା୭ (ଓଡ଼ିଆ ପୁଅ) : ଖଣ୍ଡପଡ଼ା ଥାନା ଅନ୍ତର୍ଗତ କଂଣିଲୋ ଗ୍ରାମର ପାଣୁସାହୁ ପାଟଣାସାହିର ରାଜେଶ ମହାପାତ୍ରଙ୍କୁ ଧର୍ଷଣ ଅଭିଯୋଗରେ ମହିଳା ଅଦାଲତରେ ବିଚାରପତି ପ୍ରଜ୍ୟୋତି ରାଉତ ୭ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି। ଉଲ୍ଲେଖଯୋଗ୍ୟ ଗତ ୨୦୧୦ ମସିହା ଫେବୃଆରୀ ୫ତାରିଖରେ ମୁଦଲା ରାଜେଶ ନିଜ ବଂଶର ଝିଆରୀକୁ ଧର୍ଷଣ କରି ଗର୍ଭବତୀ କରାଇବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପିଡିତାର ଅଭିଯୋଗ କ୍ରମେ ପିଡ଼ିତାର ପରିବାର ଗ୍ରାମ୍ୟକମିଟିକୁ ଜଣାଇ ନ୍ୟାୟ ମାଗିଥିଲେ। ଗ୍ରାମ୍ୟକମିଟି ନିଷ୍ପତି ଅନୁଯାୟୀ ମୁଦଲା ପିଡ଼ିତାକୁ ବିବାହ କରିବା ପାଇଁ କହିଥିଲେ। ଏଥିରେ ମୁଦଲା ବିବାହରେ ଯୌତୁକ ବାବଦକୁ ଏକଲକ୍ଷ ଟଙ୍କା ଦାବି କରିଥିଲେ।ହେଲେ ପିଡ଼ିତା ପରିବାର ଗରୀବ ହୋଇଥିବାରୁ ୧ଲକ୍ଷ ଟଙ୍କା ଦେବାକୁ ଅସମର୍ଥ ପ୍ରକାଶ କରିଥିଲେ। ଯାହାକି ମୁଦଲା ବିବାହ କରିବାକୁ ଗ୍ରାମ୍ୟ କମିଟିର ନିଷ୍ପତିକୁ ମାନି ନଥିଲେ। ଯାହାକି ପିଡ଼ିତା ର ପରିବାର ଖଣ୍ଡପଡ଼ା ଥାନାରେୂ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଥିଲେ। ଖଣ୍ଡପଡ଼ା ଥାନା କେଶ ନଂ ୮/୨୦୧୧ ମୁତାବକ ତଦନ୍ତ କରି ଅଭିଯୁକ୍ତ ବିରୋଧରେ ପ୍ରମାଣ କୋର୍ଟରେ ଦାଖଲ କରିଥିଲେ। ଉକ୍ତ ମୋକଦ୍ଦମା ମହିଳା ଅଦାଲତ କେଶ ନଂ ୧୦୯/୧୭ ନୟାଗଡ଼ରେ ବିଚାର କରାଯାଇ ୬ଜଣ ସାକ୍ଷୀଙ୍କର ଜମାନବନ୍ଦୀ ଓ ସରକାରୀ ଓକିଲ ବଳଭଦ୍ର ମହାନ୍ତିଙ୍କ ଯୁକ୍ତିକୁ ଆଧାର କରି ମହିଳା ୍ରଅଦାଲତର ବିଚାରପତି ପ୍ରଜ୍ୟୋତି ରାଉତ ଦୋଷୀକୁ ଏଭଳି ଦୃଷ୍ଟାନ୍ତମୂଳଳକ ସଜା ଶୁଣାଣି କରିଛ୍ନ୍ତି। ଜରିମାନା ଅର୍ଥ ପିଡ଼ିତାଙ୍କୁ ପ୍ରଦାନ ପାଇଁ ରାୟ ପ୍ରକାଶ ପାଇଛି। ତେବେ ପରବର୍ତ୍ତୀ ଅବସ୍ଥାରେ ପିଡ଼ିତା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲାବେଳେ ଶିଶୁପୁତ୍ରର ବୟସ ଏବେ ଆଠ ବର୍ଷ ବୋଲି ଜଣାପଡ଼ିଛି। ସମ୍ପ୍ରତି ପିଡ଼ିତା ଅନ୍ୟଘରେ କାମ ପାଇଟି କରି ଗୁଜୁରାଣ ମେଂଟାଉଥିବା ପିଡ଼ିତାର ପରିବାର ସୂତ୍ରରୁ ଜଣାପଡ଼ିଛି।