Odiapua.com

ଧର୍ମୀୟ ଭାବନାକୁ ଆଘାତ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକଲା ଓଡିଶା ଜନସେବା ସଂଗଠନ

କେନ୍ଦ୍ରାପଡା ୯/୫(ଓଡ଼ିଆ ପୁଅ) – ହିନ୍ଦୁ ଧର୍ମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାତା ସୀତାଙ୍କ ସମ୍ପର୍କରେ ଅଶ୍ଳୀଳ କବିତା ଲେଖିଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓଡିଶା ଜନସେବା ସଂଗଠନ। ଏ ନେଇ ସଂଗଠନ ପକ୍ଷରୁ ଶନିବାର ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କବି ରାଜେନ୍ଦ୍ର କୁମାର ପଣ୍ଡା, ପ୍ରଦୀପ କୁମାର ପଣ୍ଡା, ଶ୍ରୀମା ଶତପଥୀ ଏବଂ ଶୁଭଶ୍ରୀଶୁଭସ୍ମିତା ମିଶ୍ର ନିକଟରେ ସାମାଜିକ ଗଣମାଧ୍ୟମରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାତା ସୀତାଦେବୀଙ୍କୁ ନେଇ ଆପତ୍ତିଜନକ ତଥା ଅଶ୍ଳୀଳ ଶଦ୍ଦ ବ୍ୟବହାର କରି କବିତା ଲେଖିଛନ୍ତି। ଯାହାଫଳରେ କୋଟି କୋଟି ହିନ୍ଦୁଙ୍କ ଧର୍ମୀୟ ବିଶ୍ୱାସ ଓ ଭାବାବେଗକୁ ଆଘାତ ଦେଇଛି। ତେଣୁ ଏହି ୪ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି। ସଂଗଠନର ରାଜ୍ୟ ସଭାପତି ଶୋଭନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ସମାଜସେବୀ ବିକାଶ ଚନ୍ଦ୍ର ସ୍ୱାଇଁ, ରଶ୍ମିରଞ୍ଜନ ସ୍ୱାଇଁ, କେଶବ ଚନ୍ଦ୍ର ମିଶ୍ର, ବିନୟ ଭୂଷଣ ନାୟକ ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
/ଚିତ୍ତରଞ୍ଜନ ଦାସ