ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ବି.ଟିପୁର ପଂଚାୟତ ହଳଦୀପହଣି ଗ୍ରାମର ଧର୍ମପ୍ରାଣ ମହିଳା ବାୟାଣୀ ବେହେରା(୮୪)ଙ୍କ ଆଜି ସକାଳେ ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ଥିବା ବେଳେ ମୃତ୍ୟୁ ବରଣ କରିଥିଲେ। ୰ବାୟାଣୀ ଜଣେ ପରୋପକାରୀ ଧର୍ମପ୍ରାଣା ମହିଳା ଥିଲେ। ମୃତ୍ୟୁ ଖବରପାଇ ଆଇନଜିବୀ ଚିନ୍ମୟ ମହାପାତ୍ର, ମହାନ୍ତିପଡ଼ା ସମିତିସଭ୍ୟ ନିର୍ମଳ ନାୟକ, ବାବୁରାମ ବେହେରା, ସୁଭେନ୍ଦୁ ବେହେରା, ତପନ ସିଂହ,ଶିକ୍ଷାବିତ ଚିତରଞ୍ଜନ ସାମନ୍ତରାୟ ପ୍ରମୁଖ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ। ପରେ ତାଙ୍କୁ ଶୋଭାଯାତ୍ରରେ ନିଆଯାଇ ଦାହ କରାଯାଇଥିଲା। ନାତି ବିଶ୍ୱଜିତ ବେହେରା ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁରେ ଶୋକଛାୟା ଖେଲିଯାଇଛି।