ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକ ବାଙ୍କତିରା ଗ୍ରାମର ଶିକ୍ଷାବିତ୍ ଜଳଧର ମହାପାତ୍ରଙ୍କ ପତ୍ନୀ ବୈଜୟନ୍ତୀ ମହାପାତ୍ର(୭୭)ଙ୍କ ପରଲୋକ ଘଟିଛି । ସେ ଘରୋଇ ଚିକିତ୍ସାରେ ଥିବା ବେଳେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ପରିବାରର ଦେବାଶିଷ, ରାଜ କିଶୋର, ଦର୍ପଦଳନ, ଝିଅ ପପି, ଶୋଭା ଓ ଅପଙ୍କ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ବୈଜୟନ୍ତୀ ଜଣେ ଧର୍ମପ୍ରାଣା ମହିଳା ଥିବା ବେଳେ ଗ୍ରାମରେ ବିଷ୍ଣୁ ମନ୍ଦିର, ଶିବ ମନ୍ଦିର ଓ ସ୍କୁଲ ଆଦି ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ନିଭାଇଥିଲେ । ମୃତ୍ୟୁଖବର ପାଇ ପୂର୍ବତନ ସରପଚଂ ଭାଗିରଥୀ ସେଠୀ,ସମିତିସଭ୍ୟ ଦୀପାରାଣୀ ଜେନା, ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପହି, ପ୍ରମୋଦ ରାଉତ, ରାଧାଶ୍ୟାମ ନାୟକ, କାର୍ତିକ ଗିରି, ଶିକ୍ଷକ ବ୍ରହ୍ମାନନ୍ଦ ଭୂୟାଁ ପ୍ରମୁଖ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଶବାଧାରରେ ସାମିଲ ଥିଲେ । ପରେ ପୁରୀ ସ୍ୱର୍ଗ ଦ୍ୱାରରେ ଦାହ କରାଯାଇଥିବା ବେଳେ ସାନପୁଅ ଦର୍ପଦଳନ ମୁଖାଗ୍ନି ଦେଇଥିଲେ । ମହିଳାଙ୍କ ମୃତ୍ୟୁରେ ସଂପୃକ୍ତ ଅଚଂଳରେ ଶୋକର ଛାୟା ଖେଳିଯାଇଛି ।