Odiapua.com

ଧର୍ମପରାୟଣ ଧନଞ୍ଜେୟ କରଙ୍କ ବିୟୋଗରେ ଶୋକ

ବାଲେଶ୍ୱର, ୧ା୬(ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ସହରର ସୁଏଲପୁର ଅଞ୍ଚଳୀ ସମାଜସେବୀ ତଥା ଧର୍ମପରାୟଣ ବ୍ୟକ୍ତି ଜନ୍ମେଞ୍ଜୟ କରଙ୍କର ଆଜି ସକାଳ ୫ଟା ୩୦ ସମୟରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ବୟାସାଧିକ ଯୋଗୁଁ ସେ ଗତ କିଛିଦିନ ଧରି ଅସୁସ୍ଥ ରହିବା ସହ ଚିକିତ୍ସିତ ହେଉଥିଲେ। ଆଜି ଘରେ ରହିଥିବା ବେଳେ ତାଙ୍କର ପରଲୋକ ହୋଇଯାଇଥିଲା। ତାଙ୍କର ମୃତ୍ୟୁ ଖବର ପାଇଁ ଆତ୍ମୀୟ ସଜ୍ଜନ, ବନ୍ଧୁବାନ୍ଧବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସୁଏଲପୁରସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ ସହ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତାଙ୍କର ପାର୍ଥିବ ଶରୀରକୁ ବାଲିଘାଟ ଶ୍ମଶାନକୁ ନିଆଯାଇ ଏକ ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। କନିଷ୍ଠ ପୁତ୍ର ଯୋଗେଶ କର ମୁଖାଗ୍ନି ଦେଇଥିଲେ। ଜଣେ ପରୋପକାରୀ, ଧର୍ମପରାୟଣ, ମିଷ୍ଟଭାଷୀ ତଥା ମେଳାପୀ ବ୍ୟକ୍ତିତ୍ୱ ଭାବେ ତାଙ୍କର ଦେହାନ୍ତରେ ସୁଏଲପୁର ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।