Odiapua.com

ଧର୍ମପରାୟଣା ମହହିଳାଙ୍କ ପରଲୋକ

ହାଟଡ଼ିହି-୧ /୫, (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ବ୍ରାହ୍ମଣିକଳା ଗ୍ରାମର ଆନନ୍ଦ ଚରଣ ବେହେରାଙ୍କ ପତ୍ନୀ ତଥା ଶାଳଣିଆଁ ପଞ୍ଚାୟତର ସମିତିସଭ୍ୟା ସୁକାନ୍ତୀ ବେହେରାଙ୍କ ଶାଶୁ ରଙ୍ଗଲତା ବେହେରାଙ୍କ ୬୨ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା, ପରୋପକାରୀ ଓ ମିଷ୍ଠଭାଷୀ ମହିଳା ଭାବେ ପରିଚିତ ଥିଲେ । ସେ ଗତକାଲି ରାତିରେ ବାରିପଦାରେ ନିଜ ପୁଅ ପାଖରେ ଥିବାବେଳେ ହଠାତ ହୃଦଘାତରେ ପରଲୋକ ହୋଇଯାଇଥିଲା । ଆଜି ସକାଳେ ତାଙ୍କ ମରଶରୀର ଗ୍ରାମରେ ପହଞ୍ଚିବାପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା । ପରଲୋକ ଖବରପାଇ ରତ୍ନାକର ଜେନା, ଅମରସେଠୀ, ରାଜୀବ ରାଉତ, ନଟବର ସ୍ୱାଇଁ, କ୍ଷେତ୍ରବାସୀ ବସନ୍ତିଆ, ମହେଶ୍ୱର ବସନ୍ତିଆ, ମୁରଲୀ ନାୟକ, ଅଭୀୟ ବେହେରା, ଚନ୍ଦ୍ରମଣି ରାଉତ, କପିଳ ପ୍ରଧାନ, ହଳଧର ପ୍ରଧାନ, ଭାଗିରଥି କବି, କେଶବ ପାତ୍ର, ବାବାଜି ସାମଲ, ବିଚିତ୍ର ବେହେରା, ପଞ୍ଚାନନ ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିôତଲେ । ପରେ ତାଙ୍କ ମରଶରୀରକୁ ଗାଁ ସ୍ମଶାନକୁ ନିଆଯାଇ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ସାନପୁଅ ପ୍ରଶାନ୍ତ ବେହେରା ମୁଖାଗ୍ନି ଦେଇଥିବାବେଳେ ବଡପୁଅ ପ୍ରଦୀପ ବେହେରା, ଝିଅ ଉର୍ବସୀ, ଉର୍ମିଳା, ଜ୍ୱାଇଁ ସଞ୍ଜୟ, କୁଳମଣି ବୋହୁ ସୁକାନ୍ତୀ ଓ ପ୍ରଭାସିନି ପ୍ରମୁଖ ଉପସ୍ଥିତ ଥିଲେ ।