ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚୋରି ହୋଇଥିବା ସାଇକେଲକୁ କବାଡ଼ିଆ ବେପାରୀଙ୍କୁ ବିକ୍ରି କରିବା ବେଳେ ଚୋର ଧରା ପଡ଼ିଛି। ଧାମନଗର ବ୍ଲକ ବମକୁରା ପଂଚାୟତ ଦେଉଳିଡିହ ଗ୍ରାମର ପୂଜାରାଣୀ ବେହେରାଙ୍କ ଘରୁ ପ୍ରାୟ ଦେଢ଼ ମାସ ପୂର୍ବେ ଏକ ସାଇକେଲ ଚୋରି ହୋଇଥିଲା।ଦୁଇ ଦିନ ତଳେ ସେହିଗ୍ରାମର ନିରଞ୍ଜନ ଜେନା (୪୫) ଉକ୍ତ ସାଇକେଲକୁ ଜଣେ କବାଡ଼ିଆ ବେପାରୀଙ୍କୁ ବିକ୍ରି କରୁଥିବା ବେଳେ ପୂଜାରାଣୀ ଦେଖିଥିଲେ। ସାଇକେଲଟି ନିଜର ବୋଲି ଚିହ୍ନଟ କରି ସେ ନିରଞ୍ଜନଙ୍କ ବିରୋଧରେ ଧୂଷୁରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଧୂଷୁରୀ ପୁଲିସ କେସ୍ ନମ୍ବର ୩୯୫/୨୬ ରୁଜୁ କରିଛି।