Odiapua.com

ଧରଣୀ ସାର ସଂସ୍କାରକୁ ଜଗୁଥିଲେ, କେବେବି ସେ ନୀତି ନିୟମରୁ ବାହାରକୁ ଯାଇନାହାଁନ୍ତି – ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍

ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଦୋବଲ ପଂଚାୟତ ସୋଧ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ସରପଂଚ ଅଶୋକ କୁମାର ପଣ୍ଡାଙ୍କ ପିତା ଧରଣୀଧର ପଣ୍ଡାଙ୍କ ଦ୍ୱାଦଶାହ ଅବସରରେ ସ୍ମୃତି ଚାରଣ ସଭା ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ଧରମ ପଡିଆ ରେ ଅନୁଷ୍ଠିତ ହୋଇଛି। ଶିକ୍ଷାବିତ ଭୋଳାନାଥ ସାହୁ ସଭାପତିତ୍ୱ କରିଥିବା ବେଳେ ଏ ବି ଇ ଓ।ହେମେନ୍ଦ୍ର ନାଥ ମହାନ୍ତି ସଭା ସଂଚାଳନ କରିଥିଲେ। ସ୍ଥାନୀୟ ବିଧାୟକ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଧରଣୀ ସାର ଜଣେ ଭଲ ଶିକ୍ଷକ ଥିଲେ , ସେ କେବେବି ନୀତି ନିୟମ ରୁ ବାହାରକୁ ଯାଇ ନାହାନ୍ତି, ସେ ସଂସ୍କାର କୁ ବି ଯଗୁଥିଲେ ବୋଲି ତାଙ୍କ ବକ୍ତବ୍ୟ ରେ କହିଥିଲେ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବିଜେପି ଜିଲା ସଭାପତି ଭଗବାନ ପଣ୍ଡା, ପୂର୍ବତନ ଅଧକ୍ଷ ଅଶୋକ ନାୟକ ଓ ବିନୋଦ ନାୟକ,ଅଧ୍ୟାପକ ବିଜୟ ଦାସ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ରଞ୍ଜିତା ସ୍ୱାଇଁ, ମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ଅଶୋକ କୁମାର ପୁହାଣ,ଓ ନଗର ପ୍ରତିନିଧି କୈଳାଶ ମହାପାତ୍ର, ପୂର୍ବତନ ସରପଂଚ ପ୍ରମୋଦ କୁମାର ସୁତାର, ଆଇନଜୀବୀ ଦେବାଶିଷ ସାମଲ, ରଣଜିତ ମହାନ୍ତି , କୃଷ୍ଣ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚତ୍ରୁଭୁଜ ନାୟକ, ସୁଶାନ୍ତ କୁମାର ରାଉତ, କବି ରସାନନ୍ଦ ମହାପାତ୍ର, ସାମ୍ବାଦିକ ବାସୁଦେବ ତ୍ରିପାଠୀ, ବିଜେଡି ବ୍ଲକ ସଭାପତି ପ୍ରତାପ ସାମଲ, ପୂର୍ବତନ ସଭାପତି ଉମେଶ ମହାନ୍ତି, ସାଂସଦ ପ୍ରତିନିଧି ମନୋରଞ୍ଜନ ମଲ୍ଲିକ, ସରୋଜ ମହାପାତ୍ର, ଦୀପ୍ତିରଞ୍ଜନ ଜେନା, ଅମରେନ୍ଦ୍ର ମହାନ୍ତି, ଅଶୋକ ଦାସ, ରାମଚନ୍ଦ୍ର ମିଶ୍ର, ପ୍ରମୋଦ ନାୟକ ,ସୁରେନ୍ଦ୍ର ସେଠୀ, ମନୋଜ ସିଂ, ଯୁଧିଷ୍ଟିର ପଣ୍ଡା।, ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱର୍ଗତ ପଣ୍ଡାଙ୍କ ପୁତ୍ର ତଥା ସରପଂଚ ଅଶୋକ କୁମାର ପଣ୍ଡା କୃତଜ୍ଞତା ଜ୍ଞାପନ କରିଥିଲେ।