Odiapua.com

ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରୀ 

କଟକ, ୩୧/୧୦ (ଓଡ଼ିଆ ପୁଅ /ଅଭୟ ଜେନା) ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାରା। ଝୁଲାପୋଲର ମରାମତି ନିମନ୍ତେ ଜିଲ୍ଲା ପ୍ରଶାସନ ଜାରି କଲା ୧୪୪ ଧାରା। ଡଙ୍ଗାରେଗହଳି ହେବା ଦୃଷ୍ଟିରୁ ଶ୍ରଦ୍ଧାଳୁମାନଙ୍କୁ ପାରି କରାଇବା ସମ୍ଭବ ନଥିବାରୁ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ। ଏହି ନିର୍ଦ୍ଦେଶ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାଯାଇଛି। ଗୁଜରାଟ ଝୁଲା ପୋଲ ଦୁର୍ଘଟଣା ପରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଝୁଲାପୋଲରେ ଫାଟ ଯୋଗୁ ସରକାର ଯାତ୍ରୀ କଟକଣା ଜାରି କରିଛନ୍ତି। ବିଶେଷଜ୍ଞ ଟିମ୍‌ର ଯାଞ୍ଚ ପରେ ମରାମତି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।