Odiapua.com

ଦୟା ମୟୀ ମା ଶାରଳା ଭଜନ ଆଲବମ୍ ମୁକ୍ତିଲାଭ

ତିର୍ତ୍ତୋଲ, ୦୬/୦୧ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ନିକଟରେ ପ୍ରିନ୍ସ୍ ମିଉଜିକ୍ ଭକ୍ତିର ପ୍ରଥମ ଅବଦାନ ଓଡ଼ିଆ ଭାବପୂର୍ଣ୍ଣ ଭଜନ ଦୟାମୟୀ ମା ଶାରଳା ଆଲବମ ଉଦଘାଟନ କରାଯାଇଛି। ଗୀତଗୁଡ଼ିକ ଶାରଳା ମାଟିର ଗର୍ବ ଓ ଗୌରବ ସମେତ ମା ଙ୍କ ଉପରେ ଆଧାରିତ କରାଯାଇଥିବାବେଳେ ସୁନାମ ଧନ୍ୟ କଣ୍ଠ ଶିଳ୍ପି ସୌରଭ ନାୟକ, ଶ୍ରୀଚରଣ ରାଉତ, ଅନ୍ତରା ଚକ୍ରବର୍ତ୍ତୀ, ସ୍ୱେତା ମିଶ୍ର, ବିଷ୍ଣୁ କବି ପ୍ରମୁଖ କଣ୍ଠ ଦାନ କରିଥିବାବେଳେ ଗୀତଟିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ମୋହିତ ଚକ୍ରବର୍ତ୍ତୀ, ସଚ୍ଚି ମହାନ୍ତି ଓ ମିଶ୍ର ସତ୍ୟ ନାରାୟଣ। ସଙ୍ଗୀତରେ ସଜାଇଛନ୍ତି ମେଲୋଡ଼ି ମେକର ସଙ୍ଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ। ଏହି ଆଲବମ୍‌ଟି ମା ଶାରଳାଙ୍କ ନିକଟରେ ଉନ୍ମୋଚନ କରାଯାଇଥିବାବେଳେ ବିଶ୍ୱ ଓଡ଼ିଶା ମହାସଙ୍ଘର ସଭାପତି ଡ଼ାକ୍ତର ସୁରେନ୍ଦ୍ର ନାଥ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଭଜନ ଆଲବମଟିକୁ ଉଦଘାଟନ କରିଥିଲେ।