Odiapua.com

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେଡିର ବୁଥ୍ କ୍ୟାପଚରିଂ ରିଗିଂ ପ୍ରସଙ୍ଗରେ କ୍ୟାପଚରିଂ ଓ ରିଗିଂ ହୋଇଥିବା ୩୦୧ ବୁଥ୍ ରେ ପୁନଃ ମତଦାନ ଦାବି କଲା ବିଜେପି

ଭୁବନେଶ୍ୱର, ୧୯/୦୪ (ଓଡ଼ିଆ ପୁଅ) : ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଶାସକ ଦଳର ଗୁଣ୍ଡାମାନେ ଅନେକ ବୁଥରେ ବୁଥ ରିଗିଂ ଏବଂ କ୍ୟାପଚରିଂ କରିଛନ୍ତି। ଅନେକ ସ୍ଥାନରେ ଇଭିଏମ ମେସିନରେ ସମସ୍ୟା ଦେଖାଯିବା ସହ ଅନେକ ସ୍ଥାନରେ ବିଳମ୍ବରେ ମତଦାନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବିଜେଡି ୬ଟି ବୁଥ କ୍ୟାପଚରିଂ କରିଥିଲା ଦ୍ୱିତୀୟ ପର୍ଯ୍ୟାୟରେ ଏହା ୨୬କୁ ପହଂଚିଛି। ବିଜେଡି ଦଳ ଗୁଣ୍ଡାରାଜ କରାଇ ଭୋଟରମାନଙ୍କୁ ଡରାଇ ଲୋକମାନଙ୍କୁ ମତଦାନରୁ ବଂଚାଇବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ୨୭ ଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଏହା ୪୭ରେ ପହଂଚିଛି। ସେହିପରି ବିଜେଡି ଦଳ ପ୍ରଥମ ପର୍ଯ୍ୟାୟରେ ୬ଟି ରେ ବୁଥ୍ ରିଗିଂ କରିଥିଲା ଏବେ ୨ୟ ପର୍ଯ୍ୟାୟରେ ଏହା ୩୩ରେ ପହଂଚିଛି। ଯେଉଁଭଳି ବୁଥ୍ କ୍ୟାପଚରିଙ୍ଗ ଏବଂ ରିଗିଂ ବଢିଚାଲିଛି ଏହାର ମୁଖ୍ୟ କାରଣ ହେଉଛି ପର୍ଯ୍ୟାପ୍ତ ପରିମାଣର ପୋଲିସ ବାହିନୀଙ୍କୁ ମୁତୟନ କରାଯାଉନାହିଁ, ମତଦାନ କେନ୍ଦ୍ରରେ ସିସିଟିଭି ଲଗାଯାଉ ନାହିଁ ଏବଂ ବିଜେଡି ପ୍ରଭାବ ଶାଳୀ ନେତାମାନଙ୍କୁ ପୋଲିସ ସୁଯୋଗ ଦେଉଛି। ପ୍ରଥମ ପର୍ଯ୍ୟାୟରେ ସଂପୂର୍ଣ୍ଣ ୧୦୫ ବୁଥ୍ କୁ ପୁନଃ ମତଦାନ କରିବାକୁ ବିଜେପି ଦାବି କରିଥିଲା ଯାହାକୁ ମୁଖ୍ୟ ନିର୍ବାଚନ ଅଧିକାରୀ କରାଇ ଦେଲେ ନାହିଁ। ଦ୍ୱିତୀୟ ପର୍ଯ୍ୟାୟରେ ବର୍ତ୍ତମାନ କ୍ୟାପଚରିଙ୍ଗ ଓ ରିଙ୍ଗି ହୋଇଥିବା ୩୦୧ ବୁଥ୍ ରେ ପୁନଃ ମତଦାନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରଙ୍କ ପାଖରେ ଦାବି କରାଯାଇଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟ ମୁଖ୍ୟ ଅଧିକାରୀ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଅବହେଳା କରିଛନ୍ତି। ହିଞ୍ଜିଳିରେ ୩ଟି ବୁଥ ବିଜେଡି ଗୁଣ୍ଡାମାନଙ୍କ ଦ୍ୱାରା କ୍ୟାପଚରିଂ ହୋଇଛି। ବିଜେପୁରରେ ୭ ଟି ଯାଗାରେ କ୍ୟାପଚରିଂ ହୋଇଛି। ଭଟଲିରେ ମନ୍ତ୍ରୀ ସୁଶାନ୍ତ ସିଂ ଲଢୁଥିବା ସ୍ଥାନରେ ୧୨ଟି ବୁଥ୍ କ୍ୟାପଚରିଂ ହୋଇଛି ଯେଉଁଥିରେ ୭ଟିରେ ଏକପାଖିଆ ଭାବେ ବିଜେପିର ଏଜେଟଂମାନଙ୍କୁ ପୋଲିସ ଲଗାଇ ବୁଥରୁ ବାହାର କରି ଦିଆଯାଇଛି। ଅତାବିରା ନିର୍ବାଚନୀ ମଣ୍ଡଳୀରେ ସ୍ନେହାଙ୍ଗୀନି ଛୁରିଆଙ୍କ ଲୋକ ମାନେ ବୁଥ କ୍ୟାପଚରିଂ କରି ଏକପାଖିଆ କରି ଭୋଟ ହାତେଇବାକୁ ଚେଷ୍ଟା କରାଯାଇଛି। ଭଞ୍ଜନଗର ନିର୍ବାଚନି ମଣ୍ଡଳୀରେ ବିକ୍ରମ କେଶରୀ ଆରୁଖଙ୍କ ବୁଥ୍ ରେ ରିଗିଂ କରାଯାଇଛି। ୧୨୬ ନମ୍ବର ବୁଥ୍ ଯେଉଁଠି ହତ୍ୟାକାଣ୍ଡ ହୋଇଥିଲା ଲୋକମାନେ ସେଠି ଭୋଟ ବର୍ଜନ କରିଥିଲେ ଏହାକୁ ଏକ ପାକ୍ଷିଆ କରି ବିଜେଡିର ଗୁଣ୍ଡାମାନେ ଭୋଟ ଦେଇଛନ୍ତି। ବୌଦ୍ଧରେ ମଧ୍ୟ ୪ଟି ବୁଥ୍ ରେ ବିଜେଡିର ଗୁଣ୍ଡାମାନେ ଦାଦାଗିରି କରି ଭୋଟକୁ ଏକପାଖିଆ କରିଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ଏହି ପ୍ରତିନିଧି ଦଳରେ ନିର୍ବାଚନ ପ୍ରକୋଷ୍ଠର ଆବାହକ ଶ୍ରୀ ରବିଶଙ୍କର ପଟ୍ଟନାୟକ ଏବଂ ସଂଯୋଜକ ଶ୍ରୀ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।