Odiapua.com

ଦ୍ୱିତୀୟ ପର୍ଯ୍ୟାୟରେ ୯୫ଟି ଲୋକସଭା ଆସନ ପାଇଁ ମତଦାନ ସଂପନ୍ନ: ୬୬ ପ୍ରତିଶତ ମତଦାନ

ନୂଆ ଦିଲ୍ଲୀ ୧୮-୪ (ଓଡ଼ିଆ ପୁଅ) ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାରଦିନ ସମଗ୍ର ଦେଶରେ ୧୨ଟି ରାଜ୍ୟ ଏବଂ ଏକ କେନ୍ଦ୍ର ଶାସିତ ପ୍ରଦେଶର ୯୫ଟି ଲୋକସଭା ଆସନ ପାଇଁ ମତଦାନ ସଂପନ୍ନ ହୋଇଯାଇଛି। ନିର୍ବାଚନ ଆୟୋଗ ଅନୁସାରେ, ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ୬୬ ପ୍ରତିଶତ ଥିଲା।

ଦ୍ୱିତୀୟ ପର୍ଯ୍ୟାୟରେ ଆସାମ, ବିହାର, ଛତିଶଗଡ଼, ଜାମ୍ମୁ-କାଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ଓଡିଶା, ପୁଦ୍ଦୁଚେରୀ, ତାମିଲନାଡୁ, ତ୍ରିପୁରା, ଉତ୍ତର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗର ଭିଭିନ୍ନ ଆସନ ଗୁଡ଼ିକରେ ମତଦାନ ହୋଇଥିଲା।

ନିର୍ବାଚନ ଆୟୋଗ ପ୍ରେସ କନ୍ଫ୍ରେସ କରି କହିଲେ କି ସର୍ବାଧିକ ମତଦାନ ୭୮ ପ୍ରତିଶତ ପୁଦ୍ଦୁଚେରୀରେ ହୋଇଛି।

ଆୟୋଗଙ୍କ ମୁତାବିକ ସଂଧ୍ୟା ଛଅଟା ପର୍ଯ୍ୟନ୍ତ, ଆସାମରେ ୭୩.୩୨, ବିହାରର ପାଞ୍ଚଟି ଆସନ ପାଇଁ୬୨.୫୨, ଛତିଶଗଡ଼ର ତିନୋଟି ଆସନ ପାଇଁ ୭୧, ଜାମ୍ମୁ କାଶ୍ମୀରର ଦୁଇଟି ଆସନ ପାଇଁ ୪୩.୩୭, କର୍ଣ୍ଣାଟକର ୧୪ଟି ଆସନ ପାଇଁ ୬୧.୮୦, ମହାରାଷ୍ଟ୍ରର ୧୦ ଆସନ ପାଇଁ ୬୨, ମଣିପୁରରେ ୭୪.୬୯, ଓଡିଶାର ୫ଟି ସଂସଦୀୟ ଆସନ ଏବଂ ୩୫ଟି ବିଧାନସଭା ଆସନରେ ୬୪ ପ୍ରତିଶତ, ପୁଦ୍ଦୁଚେରୀର ଗୋଟିଏ ଆସନରେ ୭୮, ତାମିଲନାଡୁର ୩୮ଟି ଆସନରେରେ ୭୨, ଉତ୍ତର ପ୍ରଦେଶର ୮ଟି ଆସନରେ ୬୨.୩ ଏବଂ ପଶ୍ଚିମ ବଙ୍ଗର ତିନୋଟି ଆସନରେ ୭୫.୨୭ ପ୍ରତିଶତ ମତଦାନ ହୋଇଛି।