Odiapua.com

ଦ୍ୱାରପାଳ ପଦ୍ଧତି ଅବଲମ୍ବନ ଦ୍ୱାରା ସଠିକ ଯତ୍ନ ସହାୟତା ଆବଶ୍ୟକ କରୁଥିବା ଶିଶୁ ଚୟନ ଉପରେ କର୍ମଶାଳା

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ସଂସ୍କୃତି ଭବନ , ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଭଦ୍ରକ ଆନୁକୁଲ୍ୟ ରେ ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କର ସମ୍ପାଦକ , କର୍ମକର୍ତା ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ଅଧକ୍ଷ ଏବଂ ସମସ୍ତ ସଦସ୍ୟ ମାନଙ୍କୁ ନେଇ “ଦ୍ୱାରପାଳ ପଦ୍ଧତି ଅବଲମ୍ବନ କରି ସଠିକ ଯତ୍ନ ସହାୟତା ଆବଶ୍ୟକ କରୁଥିବା ଶିଶୁ ଚୟନ ପ୍ରକ୍ରିୟା ଉପରେ ଏକ ଏକଦିବାସୀୟ କର୍ମଶାଳା” ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତୋନୁ କୁମାର ମହାନ୍ତି ଓ ରାମଦାସ ଟୁଡୁ ଯୋଗୋଦେଇଥିଲେ । ସନ୍ନମାନନୀୟ ଅଥିତି ରୂପେ ଶିଶୁ ମଙ୍ଗଳ ସମିତି ର ଅଧକ୍ଷ ଡା ଦେବରାଜ ପାଣିଗ୍ରାହୀ ଓ ଏଥିସହିତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା ଯୋଗଦାନ କରିଥିଲେ । ଉକ୍ତ କର୍ମଶାଳାରେ ଜିଲ୍ଲା ର ନଅ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ର , ସମ୍ପାଦକ , ଅଧିକ୍ଷକ , କର୍ମକର୍ତା ମାନେ ଯୋଗଦାନ କରିଥିଲେ । ବିଷୟ ବିଶାରଦ ଭାବେ ପ୍ରକଳ୍ପ ନିର୍ଦେଶକ ,ସଂଯୋଗ , କଟକ ର ପ୍ରଶାନ୍ତ କୁମାର ପ ।ଲ୍ଟାସିଙ୍ଗ ଯୋଗଦାନ କରିଥିଲେ । ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଯତ୍ନ ସହାୟତା ଆବଶ୍ୟକ କରୁଥିବା ଶିଶୁ ମାନଙ୍କ ସଠିକ ଚୟନ ପଦ୍ଧତି ଦ୍ୱାରା ଯତ୍ନ ପ୍ରଦାନ ର ମାର୍ଗ ସ୍ଥିର କରାଯାଇ ପାରିବ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ଜିଲ୍ଲା ଶିଶୁ ମଙ୍ଗଳ ସମିତି ଦ୍ୱାରା ଚୟନ ପଦ୍ଧତି ର ତର୍ଜମା କରାଯାଇ ଆନୁଷ୍ଠାନିକ କିମ୍ବା ଅଣ ଆନୁଷ୍ଠାନିକ ସେବା ପ୍ରଦାନ ଉପରେ ନିସ୍ପତି ନେବା ପାଇଁ ଉପଦେଶ ଦେଇଥିଲେ ।

ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶାନ୍ତୋନୁ କୁମାର ମହାନ୍ତି ଶିଶୁଯତ୍ନ ଅନୁଷ୍ଠାନ ରେ ରହୁଥିବା ଶିଶୁ ମାନଙ୍କ ର ସୁରକ୍ଷିତ ଭବିଷ୍ୟତ ଗଠନ ସେମାନଙ୍କର କର୍ମନିଯୁକ୍ତି ପାଇବା ପାଇଁ ସଠିକ ମାର୍ଗ ଚୟନ ଉପରେ ଧ୍ୟାନ ଦେବା ପାଇଁ ସୂଚନା ପ୍ରଦାନ କରିଥିଲେ । ଅନ୍ୟତମ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡୁ ସମାଜରେ ଶିଶୁ ମାନଙ୍କ ଅବସ୍ଥା ର କିପରି ସୁଧାର ଆସିପାରିବ ଓ ସେମାନଙ୍କର ସମସ୍ୟର ତୁରନ୍ତ ସମାଧାନ ଦିଗରେ ଯତ୍ନବାନ ହେବାପାଇଁ ଉପଦେଶ ଦେଇଥିଲେ । ଶିଶୁ ମଙ୍ଗଳ ସମିତି ର ଅଧକ୍ଷ ଡା ଦେବରାଜ ପାଣିଗ୍ରାହୀ ଶିଶୁର ଆବଶ୍ୟକ ଜରୁରୀ ଥଇଥାନ ଉପରେ ସୂଚନା ପ୍ରଦାନ କରିଥିଲେ । ଆଜିର କର୍ମଶାଳା ଦ୍ୱାରା ଥଇଥାନ ପଦ୍ଧତି ଆହୁରି ସୂଦୃଢ ହେଇପାରିବ । କାର୍ଯ୍ୟ କ୍ରମର ଦିତୀୟାର୍ଦ୍ଧ ରେ ପ୍ରକଳ୍ପ ନିର୍ଦେଶକ ,ସଂଯୋଗ , କଟକ ର ପ୍ରଶାନ୍ତ କୁମାର ପ ।ଲ୍ଟାସିଙ୍ଗ ସଠିକ ଯତ୍ନ ସହାୟତା ଆବଶ୍ୟକ କରୁଥିବା ଶିଶୁ ଚୟନ ର ପ୍ରଥମ ପ୍ରକ୍ରିୟା ଶିଶୁମଙ୍ଗଳ ସମିତି ଠାରେ ହୋଇଥାଏ । ଶିଶୁମଙ୍ଗଳ ସମିତି ଚୟନ ର ପ୍ରକ୍ରିୟାର ବିଭିନ୍ନ ମା୍ମମ ଯଥା ବ୍ୟକ୍ତିଗତ ଯତ୍ନ ଯୋଜନା , ଶିଶୁର ଗୃହ ପରିଦର୍ଶନ , କିଶୋର ନ୍ୟାୟ ଆଇନ ରେ ଥିବା ବିଭିନ୍ନ ଧାରା ର ସଠିକ ତର୍ଜମା ଦ୍ୱାରା ସଠିକ ନିଷ୍ପତ୍ତି ନେଇପାରିବେ । ଅଣ ଆନୁଷ୍ଠାନିକ ସେବା ପ୍ରଦାନ ଦ୍ୱାରା ଶିଶୁର ଉନ୍ନତି ଆସିଥାଏ ତେଣୁ ଏହାକୁ ଗୁରୁତ୍ୱ ଦେଇ ଆନୁଷ୍ଠାନିକ ସେବା କୁ ସର୍ବଦା ଶେଷରେ ରଖିବା ପାଇଁ ସୂଚନା ପ୍ରଦାନ କରିଥିଲେ । ଶିଶୁ ଯତ୍ନ ଅନୁଷ୍ଠାନ ରେ ଶିଶୁ ମାନେ ଆବଶ୍ୟକ ଅନୁସାରେ ରହି ପ୍ରତ୍ୟାବର୍ତନ କରିପାରିବେ । କର୍ଜ୍ୟକ୍ରମ ରେ ଶିଶୁଯତ୍ନ ଅନୁଷ୍ଠାନ ର କର୍ମକର୍ତା, ଶିଶୁ ମଙ୍ଗଳ ସମିତିର ସଦସ୍ୟ ତଥା ଭାରତୀ ଦାଶ , ନବୀନ କୁମାର ସାହୁ, ଅମର କୁମାର ବାରିକ ମାନେ ସକ୍ରିୟ ଅଂସ ଗ୍ରହଣ କରି ନିଜର ମତାମତ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟ କର୍ମ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସ୍ୱାଗତିକା ବାରିକ, ଧୀରଜ ବାରିକ, ମହେଶ ଦାଶ , ଦମୟନ୍ତୀ ଦାଶ , ଚିନ୍ମୟ ପଣ୍ଡା ଓ ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମ କର୍ତା ମାନେ ସହଯୋଗ କରିଥିଲେ । ଶେଷରେ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ ର ସୁବ୍ରତ କୁମାର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।