Odiapua.com

ଦ୍ୱାଦଶ ପରୀକ୍ଷାରେ ଏସ.ବି.ଡ଼ି. ସ୍କୁଲର ଅଦ୍ଭୂତପୂର୍ବ ସଫଳତା

ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକସ୍ଥିତ ରାଜ୍ୟର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସ.ବି.ଡ଼ି. ଇଂଟର ନେସନାଲ୍ ସ୍କୁଲର ପ୍ରକାଶିତ ପାଇଥିବା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଅଦ୍ଭୂତପୂର୍ବ ସଫଳତା ଅର୍ଜନ କରି ବିଜ୍ଞାନ ବିଭାଗରେ ପାସ ହାର ୯୬ ପ୍ରତିଶତ ହୋଇଥିବା ବେଳେ ବାଣିଜ୍ୟରେ ଶହେ ପ୍ରତିଶତ ଏବଂ କଳାରେ ୯୯ ପ୍ରତିଶତ ଅଟେ। ବିଜ୍ଞାନ ବିଭାଗରେ ଅମିତ କୁମାର ସାହୁ (୯୬.୮%) ପ୍ରତିଶତ ମାର୍କ ରଖିଥିବାବେଳେ ବିଭୁତି ଭୂଷଣ ପଣ୍ଡା (୯୫.୨%) ପ୍ରତିଶତ ଏବଂ ସ୍ମୃତିରେଖା ଜେନା (୯୫%) ପ୍ରତିଶତ ଯଥାକ୍ରମେ ବାଣିଜ୍ୟ ଓ କଳା ବିଭାଗରେ ବିଦ୍ୟାଳୟର ଟପ୍ପର ହେବା ସଙ୍ଗେ ସଙ୍ଗେ ଜିଲ୍ଲା ଟପ୍ପରର ଗୌରବ ଆଖ୍ୟା ଅର୍ଜନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଚାରିଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତ ଏବଂ ତତୁର୍ଦ୍ଦ ମାର୍କ ରଖିବାରେ ସଫଳ ହୋଇଥିବା ସମୟରେ ୧୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ଏବଂ ତତୁର୍ଦ୍ଦ ମାର୍କ ରଖିବାରେ ସଫଳ ହୋଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ୪୨ ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତ ଏବଂ ତତୁର୍ଦ୍ଦ ମାର୍କ ରଖିବାରେ ଗୌରବ ଅର୍ଜନ କରିଛନ୍ତି। ଏହି ଛାତ୍ରଛାତ୍ରୀଗଣଙ୍କର ସଫଳତାରେ ଆନନ୍ଦ ପ୍ରକାଶ କରି ବିଦ୍ୟାଳୟର ଅଧ୍ୟକ୍ଷ ଯୁଧିଷ୍ଠିର ଦେବତା, ପ୍ରତିଷ୍ଠାତା ଆନନ୍ଦାନନ୍ଦ ଦୀକ୍ଷିତ୍‌, ଚେୟାୟମ୍ୟାନ ଦେବାଶିଷ ଦୀକ୍ଷିତ୍ ଏବଂ ମ୍ୟାଡ଼ାମ ଆଶାବରୀ କର, ପରିଚାଳନା ନିର୍ଦ୍ଦେଶକ ବିଦ୍ୟାଧର ଅଗସ୍ତି ଓ ମ୍ୟାଡ଼ାମ ବନ୍ଦିତା ଦୀକ୍ଷିତ୍‌, ମାର୍ଗଦର୍ଶକ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ଓ ଦେବେନ୍ଦ୍ର ଶତପଥି, ଶିକ୍ଷାବିତ୍ ବିପିନ୍ ବିହାରୀ କର, ସମସ୍ତ ଶିକ୍ଷକ, ଶକ୍ଷୟିତ୍ରୀ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀମାନେ ଖୁସିବ୍ୟକ୍ତ କରିବାସହ ତାଙ୍କର ଆଗାମୀ ଭବିଷ୍ୟତର ଉତରୋତ୍ୱର ଉନ୍ନତି କାମନା କରିବା ସହିତ ଏହି ସଫଳତାକୁ ବଜାୟ ରଖିବା ପାଇଁ ଆଶା ପୋଷଣ କରିଛନ୍ତି।