Odiapua.com

ଦ୍ୱତୀୟ ଦିବସରେ ଦଇତାପତି ସେବକଙ୍କ ସ୍ୱାବ୍ ନମୁନା ସଂଗ୍ରହ କରାଯାଇଛି ୨୯ ଓ ୩୦ ୨ ଦିନ ଧରି ଗରାବଡୁ ସେବାୟତଙ୍କ ସ୍ୱାବ୍ ନମୁନା ସଂଗ୍ରହ କରାଯିବ

ପୁରୀ, ୨୮/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ସ୍ନାନଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ରଥଯାତ୍ରା ପାଇଁ ୩ ରଥର ନିର୍ମାଣ କାର୍ଯ୍ୟ ଯୋରସୋର ରେ ଆଗେଇ ଚାଲିଛି। ଶୀତଳଷଷ୍ଠୀ ରେ ରଥଖଳା ରେ ପନ୍ତି ଭୋଗ ପାଇଁ ବିଧି ରହିଥିବା ବେଳେ ପରମ୍ପରା ଅନୁଯାୟୀ ୩ ରଥ ପାଇଁ ୨୧ ଟି ଅଖ ସହ ୪୨ ଟି ଚକ ଡେରା ଯିବାର ବିଧି ରହିଛି। ଅପର ପକ୍ଷରେ ଆଜି ମଧ୍ୟ ଅନ୍ୟ ୭୫ ଜଣ ଦୈତାପତି ସେବାୟତଙ୍କ ସ୍ୱାବ୍ ନମୁନା ସଂଗ୍ରହ କରାଯାଇଥିବା ବେଳେ ସ୍ନାନ ପୂର୍ଣ୍ଣିମା ପାଇଁ ଘଂଟୁଆ ନିଯୋଗ ପକ୍ଷରୁ ଶ୍ରୀ ମନ୍ଦିର ପ୍ରଶାସନ କୁ ତାଲିକା ପ୍ରଦାନ କରାଯାଇଛି। ଚଳଚଂଚଳ ରଥଖଳା ଯୋରସୋର ରେ ଚାଲିଛି। ରଥନିର୍ମାଣ କାର୍ଯ୍ୟ ଶୀତଳଷଷ୍ଠୀ ଅବସରରେ ସମସ୍ତ ଚକ ଓ ଅଖ କୁ ଡେରା ଯିବାର ବିଧି ରହିଥିବା ବେଳେ ପଂଚ ମହାଦେବଙ୍କୁ ପନ୍ତି ଭୋଗ ପରେ ୩ ରଥର ସମସ୍ତ ଚକ ସହ ଅଖକୁ ସଂଯୋଗ କରାଯିବ କିନ୍ତୁ ଚଳିତ ବର୍ଷ ପନ୍ତି ଭୋଗ ନହେବା ନେଇ ଅନିଶ୍ଚିନ୍ତତା ଲାଗି ରହିଥିବା ସତ୍ୱେ ଚକ ଅଖ ଡେରା ନୀତି ପରମ୍ପରା ଅନୁଯାୟୀ କରାଯିବ ବୋଲି କୁହାଯାଇଛି। ଘଂଟୁଆ ନିଯୋଗ ପକ୍ଷରୁ ୨୫ ଜଣିଆ ସେବାୟତ ଙ୍କ ତାଲିକା ଶ୍ରୀ ମନ୍ଦିର ପ୍ରଶାସନ କୁ ଦିଆଯାଇଛି। ଆସନ୍ତା କାଲି ଓ ୩୦ ତାରିଖ ଦିନ ଗରାବଡୁ ସେବାୟତଙ୍କ ସ୍ୱାବ୍ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯିବ ବୋଲି ଜଣାଯାଇଛି।