Odiapua.com

ଦୋସିଙ୍ଗା ବିଦ୍ୟାଳୟ ସମ୍ମୁଖରୁ ମଦ ଦୋକାନ ସ୍ଥାନାନ୍ତରଣ ପାଇଁ ଦାବି

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ଦୋସିଙ୍ଗା ଠାରେ ଥିବା ଏକ ବିଦେଶୀ ମଦ ଦୋକାନକୁ ସ୍ଥାନାନ୍ତଋଣ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି । ଦୀର୍ଘ ଦିନ ହେବ ଦୋସିଙ୍ଗା ବଜାର ଠାରେ ଥିବା ଏହି ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତଋଣ କରିବାକୁ ଅଂଚଳବାସୀ ଦାବୀ ଜଣାଇ ଆସୁଥିଲେ ମଧ୍ୟ ଭଦ୍ରକ ଅବକାରୀ ବିଭାଗ ସବୁ ଜାଣି ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଦୋସିଙ୍ଗା ବଜାର ଠାରେ ଅଙ୍ଗନବାଡି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ ଏବଂ ଦୋସିଙ୍ଗା ହାଇସ୍କୁଲ ଗୋଟିଏ ପରିସରରେ ଥିବା ବେଳେ ଏହି ପରିସର ମଧ୍ୟରେ ୬ଶହ ଛାତ୍ରଛାତ୍ରୀ ଅଧ୍ୟୟନରତ । ବିଦ୍ୟାଳୟ ଠାରୁ ମାତ୍ର ୫୦ମିଟର ଦୂରତାରେ ଥିବା ଏହି ମଦ ଦୋକାନ ଠିପି ବନ୍ଦ ମଦ ଦୋକାନ ହୋଇଥିବା ବେଳେ ଏଠାରେ ଠିପି ଖୋଲା ହୋଇ ମଦ ବିକ୍ରି ବହୁଳ ଭାବେ ଚାଲୁଅଛି ବୋଲି ମଧ୍ୟ ଅଭିଯୋଗ ହୋଇଛି । ଏହି ବଜାର ଠାରେ ମଦୁଆଙ୍କ ପ୍ରାର୍ଦୁଭାବ ଦିନକୁ ଦିନ ବଢି ବଢି ଚାସ୍ଥିବା ବେଳେ ସନ୍ଧ୍ୟା ସମୟରେ ଏହି ରାସ୍ତା ଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କର ଟ୍ୟୁସନ ଯିବା ବନ୍ଦ ହୋଇ ଗଲାଣି ଏପରିକି ଏହି ମଦୁଆଙ୍କ ପ୍ରାର୍ଦୁଭାବରେ ସନ୍ଧ୍ୟା ସମୟରେ ଝିଅ ବୋହୂ ମଧ୍ୟ ଦୋସିଙ୍ଗା ବଜାରକୁ ଆସିବାକୁ ଭୟ କରୁଛନ୍ତି । କିପରି ଏହି ମଦ ଦୋକାନକୁ ସ୍ଥାନାନ୍ତରଣ କରାଯିବ ସେ ନେଇ ଅଂଚଳବାସୀ ତଥା ବୁଦ୍ଧିଜିବୀ ଚିନ୍ତା ପ୍ରକଟ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଏହି ମଦ ଦୋକାନ ଖୋଲିବା ଆଗରୁ ବିଭାଗୀୟ ଅଧିକାରୀ ବିଦ୍ୟାଳୟ ନିକଟରେ ଥିବା ଏହି ମଦ ଦୋକାନ ଖୋଲିବାକୁ କିପରି ଅବକାରୀ ବିଭାଗ ଏବଂ ସଂପୃକ୍ତ ପଂଚାୟତର ସରପଂଚ ଲିଖିତ ଭାବେ ଅନୁମତି ଦେଲେ ତାହା ତଦନ୍ତ ସାପେକ୍ଷ । ଚଳିତ ବର୍ଷ ଭଦ୍ରକ ଜିଲ୍ଲା ଅିଧିନସ୍ଥ ତିହିଡି ସତସଙ୍ଗ କେନ୍ଦ୍ର ନିକଟରେ ଏକ ମଦ ଦୋକାନ ଖୋଲିବାକୁ ବିଭାଗୀୟ ଅଧିକାରୀ ମସୁଧା ଚଳାଇଥିବା ବେଳେ ଭଦ୍ରକ ସାଂସଦ ଭଦ୍ରକ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏହାକୁ ବନ୍ଦ କରିବାକୁ କହିଥିଲେ । ଦୋସିଙ୍ଗା ବଜାର ଠାରେ ଥିବା ମଦ ଦୋକାନ ର କୁ ପ୍ରଭାବ ଛୋଟ ଛୋଟ କୋମଳମତି ଛାତଛାତ୍ରୀଙ୍କ ଉପରେ ଗଭୀର ପ୍ରଭାବ ପକାଉଥିବା ନେଇ ଅଭିଭାବକ ସଂଘ ପକ୍ଷରୁ ଏହାକୁ ଘୋର ବିରୋଧ କରାଯାଇଛି । ତୁରନ୍ତ ଏହି ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତରଣ କରା ନଗଲେ ଆଗାମୀ ଦିନରେ ଅଂଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।