Odiapua.com

ଦୋସିଙ୍ଗା ପଂଚାୟତରେ ଡିଲରଙ୍କୁ ଅଟକାଇଲେ ବିରୋଧୀ

ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତରେ ଚଳିତ ପଂଚାୟତ ନିର୍ବାଚନ ସମୟରେ ଡିଲରଙ୍କୁ ହଟହଟା ହେବାକୁ ପଡିଛି। ଖବରରୁ ଜଣାଯାଇଛି ଏହି ପଂଚାୟତରେ ନିଯୁକ୍ତ ହୋଇଥିବା ଡିଲର ଏକ ଶାରିରୀକ ବିକଳାଙ୍ଗଙ୍କ ଘରକୁ ଫିଙ୍ଗରପ୍ରିଂଟ ଆଣିବାକୁ ଯାଇଥିଲେ। ଫିଙ୍ଗରପ୍ରିଂଟ ନେଇ ଫେରିବା ସମୟରେ ବିରୋଧୀ ଦଳର କିଛି ଲୋକ ସଂପୃକ୍ତ ଡିଲରଙ୍କୁ ଅଟକାଇ କାହିଁକି ଶାସକ ଦଳର ପ୍ରଚାର କରୁଛ ବୋଲି ପଚାରିଥିଲେ। ମାତ୍ର ସଂପୃକ୍ତ ଡିଲର ସତକଥା କହିବା ପରେ ମଧ୍ୟ ଅନ୍ୟ ଦଳର ଲୋକଙ୍କୁ ହୃଦବୋଧ ହୋଇ ନଥିଲା। ପରେ ସଂପୃକ୍ତ ଡିଲରଙ୍କ ପରିବାର ଲୋକ ପହଂଚିବା ପରେ ଡିଲର ଜଣକ ନିଜ ଘରକୁ ଫେରିଥିଲେ।