Odiapua.com

ଦୋସିଙ୍ଗାରେ ରାସନ ସାମଗ୍ରୀ ଆତ୍ମସାତ ନେଇ ଜନ ଅସନ୍ତୋଷ, ଭିଜଲାନ୍ସ ତଦନ୍ତ ଦାବି

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତରେ ରାସନ ସାମଗ୍ରୀ ବାଟ ମାରଣାକୁ ନେଇ ପୁନଶ୍ଚ ଏକ ଜନ ଆନ୍ଦୋଳନ ସୃଷ୍ଟି ହୋଇଛି । ଏହି ଜନ ଆନ୍ଦୋଳନରେ ଯୋଗ ଦେଇ ବହୁ ଉପଭୋକ୍ତା ନିଜ ନିଜର ରାସନ ସାମଗ୍ରୀ ହଡପ ହୋଇଥିବା କଥା ଅଭିଯୋଗ ଆଣିଥିଲେ । ଏଥି ସହ ଏହି ଆତ୍ମସାତ କରିଥିବା ଜୟ ଜଗନ୍ନାଥ ସ୍ୱୟଂସହାୟକ ଗୋଷ୍ଠୀ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି । ଦୋସିଙ୍ଗା ପଂଚାୟତରେ ଅମରନଗର ଗ୍ରାମର ଯଶୋଦା ବେହେରା, ସମିପାଟିଆ ଗ୍ରାମର ଭାଗ୍ୟଶ୍ରୀ ଦାସ,ଦୋସିଙ୍ଗା ଗ୍ରାମର କଳ୍ପନା ସାନ୍ତରା , ଆରତୀ ସାନ୍ତରା, ପ୍ରଦ୍ୟୁତ ନଗର ଗ୍ରାମର ସୁଶମା ପଣ୍ଡା ଏହି ଖାଉଟି ଗ୍ରାହକ ଡିସେମ୍ବର ୨୦୧୮ରେ ଉପଭୋକ୍ତା ଭାବେ ସରକାରଙ୍କ ସ୍ୱୀକୃତି ପାଇଥିବା ବେଳେ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଖାଉଟି ସାମଗ୍ରୀ ମିଳିନଥିବା ଜଣାଯାଇଛି ।ଏହି ଉପଭୋକ୍ତା ନିଜର ଅଭିଯୋଗ ଚାନ୍ଦବାଲି ଏମ ଆଇଙ୍କ ପାଖରେ କରିବା ପରେ ସେମାନଙ୍କର ରାସନ ସାମଗ୍ରୀ ଡିଲର ଉଠାଉଥିବା ଏମ ଆଇ ଉମେଶ ନାୟକ ସୁଚନା ଦେଇଥିଲେ ।ସେହିପରି ପ୍ରଦ୍ୟୁତ ନଗର ଗ୍ରାମର ବିଷ୍ନପ୍ରିୟା ମାଇତି ଦୋସିଙ୍ଗା ଗ୍ରାମର ଶକୁନ୍ତଳା ଘଡେଇ,କଳ୍ପନାରାଣୀ ଦେବଶର୍ମା ଡିସେମ୍ବର ୨୦୧୮ମସିହା ଠାରୁ ମାତ୍ର ୨ମାସର ରାସନ ସାମଗ୍ରୀ ପାଇଥିବା ବେଳେ ସେମାନଙ୍କ ନାମ ଖାତାରୁ କଟିଯାଇଛି ବୋଲି ସ୍ୱୟଂ ସହାୟିକା ଗୋଷ୍ଠୀର ସଂପାଦିକା ସେମାନଙ୍କୁ କହି ଆଉ ଅବଶିଷ୍ଟ ରାସନ ସାମଗ୍ରୀ ହଡପ କରିଥିବା କଥା ଏମ ଆଇଙ୍କ ପାଖରୁ ଅଭିଯୋଗ ପରେ ଜଣାଯାଇଛି । ଅନ୍ୟପକ୍ଷରେ ଦୋସିଙ୍ଗା ଗ୍ରାମର ମଞୁଲତା ଦଳେଇ ୨୦୧୫ ମସିହାରୁ ରାସନ ସାମଗ୍ରୀ ପାଇ ଆସୁଥିବା ବେଳେ ଏପ୍ରିଲ ୨୦୧୮ ମସିହା ଠାରୁ ଅଦ୍ୟାବଧି ତାର ରାସନ ସାମଗ୍ରୀ ପାଉନଥିବା ଅଭିଯୋଗ ହୋଇଛି । ଏହିପରି ଦୋସିଙ୍ଗା ପଂଚାୟତରେ ୧୫ରୁ ଉର୍ଦ୍ଧ ଉପଭୋକ୍ତା ମାନେ ଦୀର୍ଘଦିନ ହେବ ଏହି ରାସନ ସାମଗ୍ରୀ ପାଉ ନଥିବା କଥା ଏହି ସାମ୍ବାଦିକ ସମ୍ମିଳନୀ ରେ ମତ ପୋଷଣ କରିଥିଲେ ।

 

 

ଏତଦବ୍ୟତୀତ ବହୁ ଉପଭୋକ୍ତା ଅମ୍ପାନ ବାତ୍ୟାରେ ରାଜ୍ୟ ସରକାର ପଡିକାର୍ଡ ପିଛା ୧ହଜାର ଟଙ୍କା ସାହାଯ୍ୟ ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ବହୁ ହିତାଧିକାରୀ ଏହି ଟଙ୍କା ପାଇନାହାନ୍ତି ବୋଲି ମଧ୍ୟ କହିଥିଲେ । ସେହିପରି କେନ୍ଦ୍ର ସରକାର ଉପଭୋକ୍ତା ମାନଙ୍କ ପାଇଁ ପରିବାର ପିଛା ୧କେଜି ହରଡ ଡାଲି ଯୋଗାଇ ଦେଇଥିବା ବେଳେ ଜୟଜଗନ୍ନାଥ ସ୍ୱୟଂ ସହାୟିକା ଗୋଷ୍ଠୀର ସଂପାଦିକା ଅଦ୍ୟାବଧି ଏହି ଡାଲି ପାଇବାରେ ସକ୍ଷମ ହୋଇ ନାହାନ୍ତି ।ଏବାବଦରେ ଅନୁସନ୍ଧାନରୁ ଜଣାଯାଇଛି ସଂପୃକ୍ତ ସ୍ୱୟଂସହାୟିକା ଗୋଷ୍ଠୀର ସଂପାଦିକା ନିଳିମା ନାୟକଙ୍କ ବିରୁଦ୍ଧରେ ଫୌଜଦାରୀ ମକଦମା ରୁଜୁ କରିବା ସହ ସଂପୃକ୍ତ ସ୍ୱୟଂସହାୟିକା ଗୋଷ୍ଠୀକୁ ଆଗାମୀ ଦିନରେ ରାସନ ସାମଗ୍ର ବଂଟନ ବ୍ୟବସ୍ଥାରୁ ହଟାଇବାକୁ ମଧ୍ୟ ଦାବୀ ହୋଇଛି । ଏହି ପଂଚାୟତରେ ୨ଜଣ ଉପଭୋକ୍ତାଙ୍କରମୃତ୍ୟ ହୋଇ ଯାଇଥିଲେ ମଧ୍ୟ ସେମାନଙ୍କ ନାମରେ ଆଜି ପର୍ଯ୍ୟନ୍ତ ରାସନ ସାମଗ୍ରୀ ଉଠାଣ ହୋଇଥିବା କଥା ମଧ୍ୟ ପ୍ରକାଶ ପାଇଥିଲା । । ଗୋଷ୍ଠୀକୁ ତୁରନ୍ତ ବରଖାସ୍ତ କରିବା ସହ ସଂପୃକ୍ତ ସଂପାଦିକାଙ୍କ ନାମରେ ମୋକଦମା ରୁଜୁ କରିବା ପାଇଁ ସଂପୃକ୍ତ ଗ୍ରାମବାସୀ ଓ ଉପଭୋକ୍ତା ଅଭିଯୋଗ ଆଣିଛନ୍ତି । ଏହି ସମସ୍ତ ଅଭିଯୋଗ ଭଦ୍ରକ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପାଖରେ ହୋଇଥିବା ବେଳେ ସେ ନିଜର ପ୍ରତିକ୍ରିୟା ରଖି କୁହନ୍ତି ଏହି ଅଭିଯୋଗ ର ସତ୍ୟତା ଅଛି ରିପୋର୍ଟ ଉପରେ ସଂପୃକ୍ତ ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଉପଭୋକ୍ତାଙ୍କ ସାମଗ୍ରୀ ହଡପ କରିଥିଲେ ସଂପୃକ୍ତ ସଂସ୍ଥାକୁ ବରଖାସ୍ତ କରାଯିବ ।