Odiapua.com

ଦୋଳସାହିର ଦୋଳେଶ୍ୱର ମହାଦେବ ମନ୍ଦିରରେ ଜାଗର ଯାତ୍ରା ପାଳିତ

ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ଦୋଳସାହି ଗେଟବଜାରରେ ଥିବା ଦୋଳେଶ୍ୱର ମହାଦେବଙ୍କ ମନ୍ଦିରରେ ଜାଗର ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି।ଜାଗର ଯାତ୍ରାଲେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ଶ୍ରଦ୍ଧାଳୁମାନେ ପ୍ରଭୁ ଦଳେଶ୍ୱରଙ୍କୁ ଦର୍ଶନ କରି ଘର୍ଷଣ, ଭୋଗ କରିବାସହିତ ଆଶିଷ ଭିକ୍ଷାକରିଥିଲେ।ମୁଖ୍ୟପୁରୋଧା ଭାବେ ଶଙ୍କର୍ଷଣ ସ୍ୱାଇଁ ଓ ତାଙ୍କ ପତ୍ନୀ ଉମାରଣୀ ସ୍ୱାଇଁ ପୂଜାକର୍ଯ୍ୟ ତୁଲାଇଥିଲେ।ଭୋର ୪ଟାରେ ମଙ୍ଗଳ ଆଳତୀ, ଦୀପ ପ୍ରଜ୍ଜ୍ୱଳନ ପରେ ଶ୍ରଦ୍ଧାଳୁଙ୍କ ଭୋଗ ଲାଗିହୋଇଥାଏ।ପୂର୍ବାହ୍ନରେ ମହା ଘର୍ଷଣ ଓ ମଧ୍ୟାହ୍ନରେ ଅଭିଷେକ ଆରମ୍ଭ ହୋଇ ଅପରାହ୍ଣ ୫ରେ ଶେଷ ହୋଇଥାଏ। ଏହିସମୟ ମଧ୍ୟରେ ନେତ୍ର ପଣା ହୋଇଥାଏ।ରାତି ୯ଟା ବେଳେ ନାମସଂକୀର୍ତନ ସହିତ ମନ୍ଦିର ପ୍ରଦୀକ୍ଷଣ କରାଯାଇ ମହାଦୀପ ଉଠିଥାଏ। ପୂଜକ ଭାବେ କରୁଣାକର ମିଶ୍ର ଓ ପ୍ରତାପ ମିଶ୍ର ପୂଜାକାର୍ଯ୍ୟ ତୁଲାଇଥିଲେ। ଜାଗର ଦିନ ରାତି ୭ଟାରେ ପୁରୋଧାଙ୍କ ଘରୁ ଶ୍ରୀ ଶ୍ରୀ ଗୋପୀନାଥ ମହାପ୍ରଭୁ ବାହାରି ଦଳେଶ୍ୱରଙ୍କୁ ଭେଟିଥାନ୍ତି। ଏହି ଭେଟକୁ ହରହର ଭେଟ କୁହାଯାଏ।ଜାଗର ପରଦିନ ଶ୍ରୀ ଗୋପୀନାଥ ନିଜ ଘରକୁ ପ୍ରତ୍ୟାବର୍ତନ କରିଥାନ୍ତି।ବିଶେଷତଃ ଜାଗର ଦିନ ରୁଦ୍ରାଭିଷେକ ହୋଇଥିଲା।ଏହି ରୁଦ୍ରାଭିଷେକ କାର୍ତିକ ପୂର୍ଣ୍ଣମୀରେ ମଧ୍ୟ ହୋଇଥାଏ। ଏହି ମନ୍ଦିର ୧୯୯୨ ମସିହାରେ ପ୍ରତିଷ୍ଠା ହୋଇଥିଲା।ଚଳିତ ବର୍ଷ ୩୫ବର୍ଷରେ ପଦାର୍ପଣକରିଛି । ଶ୍ରଦ୍ଧାଳୁ ଶକ୍ତିଧର ସାହୁ,ରତ୍ନାକର ଜେନା,ଲଷ୍ମୀଧର ନାଥ,ଅମୂଲ୍ୟ କୁମାର ସାହୁ ଓ ଭରତ ଚନ୍ଦ୍ର ସାହୁ ପ୍ରମୁଖଙ୍କ ସମେତ ଅଞ୍ଚଳ ବାସୀ ଜାଗର ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।