Odiapua.com

ଦୋବଲ ସରପଞ୍ଚଙ୍କୁ ବିଜେପିକର୍ମୀଙ୍କ ଆକ୍ରମଣ, ଘଟଣାସ୍ଥଳରେ ଏସ୍‌ପିଙ୍କ ତଦନ୍ତ

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ରିସ୍ତରୀୟ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନ ପ୍ରଚାର ସରଗରମ ହେଉଥିବାବେଳେ ଏହି କିଛିଦିନ ହେବ ବିଭିନ୍ନ ରାଜନୈତୀକ ଦଳର କର୍ମୀମାନେ ଏବେ ଗଣ୍ଡଗୋଳ ମୁହାଁ ହେଲେଣି। କିଛିଦିନ ତଳେ ଖଡ଼ିପଦା ପଂଚାୟତର ବିଜେଡ଼ିକର୍ମୀ ବିଜେପି କର୍ମୀକୁ ଆକ୍ରମଣକରିଥିବାବେଳେ ଆଜି ଦୋବଲପଂଚାୟତର ବର୍ତ୍ତମାନର ସରପଞ୍ଚ ଚମ୍ବାବତୀ ଦଳାଇକୁ ବିଜେପି କର୍ମୀ ଆକ୍ରମଣ କରୁଥିବାବେଳେ ଚମ୍ପାବତୀକୁ ରକ୍ଷାକରିବାକୁ ଯାଇ ଜଣେ ଯୁବକ ଏବେ ଗୁରୁତର ହୋଇଥିବାର ଦେଖିବାକୁ ମିଳିଛି। ଘଟଣାରୁ ପ୍ରକାଶଯେ ସରପଞ୍ଚ ଶ୍ରୀମତୀ ଦଳାଇ ନିଜଘରବାରଣ୍ଡାରେ ବସିଥିବାବେଳେ ଉକ୍ତ ଗ୍ରାମର ବିଜେପିକର୍ମୀ ପିଙ୍କିଆ ସାହୁ ପିତା ସୁଧାକର ସାହୁ, ଜିତୁ ସାହୁ ପିତା ରମେଶ ସାହୁ, ସାନ୍ତନୁ ଦାସ ପିତା ନିତ୍ୟାନନ୍ଦ ଦାସ ଏମାନେ ହଠାତ୍ ସରପଞ୍ଚକୁ ଗାଳିଗୁଲଜ କରିଥିଲେ। ଏନେଇ ଶ୍ରୀମତୀ ଦଳାଇ ବିରୋଧ କରିବାରୁ ତାଙ୍କୁ ଉକ୍ତ ଯୁବକମାନେ ଟଣାଓଟରା କରିଥିଲେ। ଏନେଇ ସେ ଚିତ୍କାର କରିବାରୁ ଉକ୍ତ ଗ୍ରାମର ବିଶ୍ୱରଂଜନ ପତି ପିତା ନିରଂଜନ ସରପଞ୍ଚକୁ ଉଦ୍ଧାର କରିବାକୁ ଯାଇଥିବାବେଳେ ଉକ୍ତ ଯୁବକମାନେ ବିଶ୍ୱରଂଜନକୁ ମରଣାନ୍ତକ ଆକ୍ରମଣକରିଥିଲେ। ସେ ଅଚେତହୋଇ ପଡ଼ିଯିବାରୁ ଆକ୍ରମଣକାରୀମାନେ ସେଠାରୁ ଦୌଡ଼ି ପଳାଇଥିଲେ। ଏଣୁ ଗୁରୁତର ଅବସ୍ଥାରେ ଆହତ ବିଶ୍ୱରଂଜନକୁ ଧାମନଗର ମେଡ଼ିକାଲରେଭର୍ତ୍ତି କରାଯାଇଥିଲା। ଏନେଇ ସରପଂଚ ଶ୍ରୀମତୀ ଦଳାଇ ଧାମନଗର ଥାନାରେ ଅଭିଯୋଗ କରିବା ପରେ ଘଟଣାର ସତ୍ୟାସତ୍ୟପାଇଁ ଥାନାଅଧିକାରୀ ଶ୍ରୀବଲ୍ଲଭ ସାହୁ ତଦନ୍ତ ଆରମ୍ଭ କରିଛନ୍ତି। ସନ୍ଧ୍ୟାରେ ଭଦ୍ରକ ଆରକ୍ଷୀଅଧିକ୍ଷକ ଚରଣ ସିଂ ମୀନା, ଏସ୍‌ଡ଼ିପିଓ ବିଜୟକୃଷ୍ଣ ମହାପାତ୍ର ଓ ଥାନାଅଧିକାରୀ ଶ୍ରୀବଲ୍ଲଭ ସାହୁ ଦୋବଲ ପଂଚାୟତର ସୋଧ ଅଂଚଳରେ ପହଂଚି ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛନ୍ତି।