Odiapua.com

ଦୋବଲ ବସଷ୍ଟାଣ୍ଡ ସୀମାନିର୍ଦ୍ଧାରଣ ଘଟଣା, ଅଗଷ୍ଟ ୧୬ରେ ଧାରଣା ପାଇଁ ଚେତାବନୀ, ବସଷ୍ଟାଣ୍ଡରେ ମରାଗଲା ସୂଚନା ଫଳକ

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକର ଦୋବଲ ବସ୍‌ଷ୍ଟାଣ୍ଡର ସୀମାନିର୍ଦ୍ଧାରଣ ଘଟଣାକୁ ନେଇ ଦିନକୁଦିନ ଜଟିଳ ପରିସ୍ଥତି ସୃଷ୍ଟି ହେବାକୁ ଲାଗିଛି। ଉକ୍ତ ବସଷ୍ଟାଣ୍ଡର କିଛି ଅଂଶକୁ ଜବରଦଖଲ କରାଯାଇଥିବାବେଳେ ଅନ୍ୟସ୍ଥାନ ମାନଙ୍କରେ ଉଠା ଦୋକାନି ଓ ଘଣ୍ଟା ଘଣ୍ଟା ଧରି ଟ୍ରକ୍ ଓ ପିକଅପ୍‌ଭ୍ୟାନ୍ ଆଦି ରଖୁଥିବାରୁ ବସଷ୍ଟାଣ୍ଡରେ ବସ ରହଣୀ ପାଇଁ ଅସୁବିଧା ହେଉଛି। ଏନେଇ ଅଂଚଳବାସୀ ମାନେ ଜିଲ୍ଳାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଚଳିତ ମାସ ୨୦ତାରିଖ ଦିନ ବସଷ୍ଟାଣ୍ଡ ସୀମାନିର୍ଦ୍ଧାରଣ ପାଇଁ ଧାମନଗର ତହସିଲଦାର ଆସି ମାପଚୁପ କରି ଅଧାରୁ ମାପ ବନ୍ଦକରି ପଳାଇଥିଲେ। ଏନେଇ ସ୍ଥାନୀୟ ଅଂଚଳବାସୀ ମାନେ କ୍ଷଭୋ ପ୍ରକାଶ କରିବା ସହ ବିଭିନ୍ନ ପଂଚାୟତର ଲୋକଙ୍କୁ ନେଇ ଜନଆନ୍ଦୋଳନ କରିବା ପାଇଁ ମେଳି କରିଥିଲେ ଏବଂ ୭ଦିନ ମଧ୍ୟରେ ମାପଚୁପ କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବବୋଲି ଚେତାବନୀ ଦେବାପରେ ଜିଲ୍ଲାପ୍ରଶାସନର ମୁଣ୍ଡବ୍ୟାଥାର କରଣ ହୋଇଥିଲା। ଉପଜିଲ୍ଳାପାଳ ମନୋଜ ପାତ୍ରଙ୍କ ଉପସ୍ଥିତିରେ ଧାମନଗର ତହସିଲ କାର୍ଯ୍ୟାଳୟ ପରିସରରେ ଉଭୟ ଗୋଷ୍ଠୀର ବ୍ୟକ୍ତିଙ୍କୁ ନେଇ ଆଲୋଚନା କରିଥିଲେ ଏବଂ ଉଭୟ ପକ୍ଷରୁ ବସଷ୍ଟାଣ୍ଡର କାଗଜପତ୍ର ତହସିଲଦାରଙ୍କ ନିକଟରେ ଦାଖଲ କରିବା ପରେ ପଦକ୍ଷେପ ଗ୍ରହଣ କରାଯିବବୋଲି ଜିଲ୍ଳାପାଳ ପରାମର୍ଶ ଦେଇଥିଲେ।

ସୋମବାର ଦିନ ଦୋବଲ ବସଷ୍ଟାଣ୍ଡ ସୁରକ୍ଷା ମଞ୍ଚର କର୍ମକର୍ତ୍ତା ମାନେ ପହଂଚି ତହସିଲଦାରଙ୍କୁ ଭେଟି କାଗଜପତ୍ର ପ୍ରଦାନ କରିବା ସହ ଜିଲ୍ଲାପ୍ରଶାସନର ପରାମର୍ଶ କ୍ରମେ ଅଗଷ୍ଟ ୧୫ର ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବାବେଳେ ସୀମାନିର୍ଦ୍ଧାରଣ କରାନଗଲେ ଅଗଷ୍ଟ ୧୬ତାରିଖ ଠାରୁ ବସଷ୍ଟାଣ୍ଡ ସୀମାନିର୍ଦ୍ଧାରଣ ପରିପ୍ରେକ୍ଷୀରେ ଆନ୍ଦୋଳନକୁ ଜୋରଦାର କରାଯିବବୋଲି ସୁରକ୍ଷା ମଞ୍ଚର ସଭାପତି ଅମିୟ ମହାନ୍ତି ସମେତ ବିଭିନ୍ନ ପଂଚାୟତର ଆଗୁଆ କାର୍ଯ୍ୟକର୍ତ୍ତା ମାନେ ଧାମନଗର ତହସିଲଦାରଙ୍କୁ ଭେଟି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତେବେ ପ୍ରଶାସନ ସମସ୍ତ କଥାକୁ ବିଚାରକୁ ନେଇ ତୁରନ୍ତ ସୀମାନିର୍ଦ୍ଧାରଣ କରି ସମସ୍ୟାକୁ ଦୂରିଭୁତ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ତେବେ ଆଜି ସନ୍ଧ୍ୟାରେ ପ୍ରଶାସନିକ ସ୍ତରରେ ପୂର୍ବ ଆଲୋଚନା ମୋତେ ଦୋବଲ ବସଷ୍ଟାଣ୍ଡରେ ଏକ ସଚେତନ ବୋର୍ଡ଼ ମରାଯାଇ ବସଷ୍ଟାଣ୍ଡ ପାଶ୍ୱର୍ରେ ଉଠାଦୋକାନି ଓ ଟ୍ରକ୍ ନରଖିବା ପାଇଁ ଧାମନଗର ତହସିଲଦାର କ୍ଷୀରୋଦ ପଣ୍ଡା, ଧାମନଗର ଥାନା ଅଧିକାରୀ ବନମାଳି ବାରିକ୍ ସମେତ ପ୍ରଶାସନ ପହଂଚି ତାଗିଦ କରିଛନ୍ତି ଏବଂ ଯେଉଁମାନେ ନିୟମରୁ ବହିର୍ଭୁତ ହେବେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ମଧ୍ୟ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଥିଲା।