Odiapua.com

ଦୋବଲ ବଜାରରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ତହସିଲ ଅଧୀନସ୍ଥ ବିଭିନ୍ନ ସ୍ଥାନରେ ସରକାରୀ ରାସ୍ତା ଜବରଦଖଲ କରି ଦୀର୍ଘବର୍ଷ ମାଡି ବସିଥିବା ଜମି ଦଲାଲ ମାନେ ଏବେ ବାସହରା ହୋଇପଡିଛନ୍ତି । ମୋହନ ସରକାର ଆସିବା ପରେ ଏହି ସରକାରୀ ଜାଗା ଉଚ୍ଛେଦ ପାଇଁ ନିର୍ଦ୍ଦେଶ ହେବା ପରେ ଗ୍ରାମର ତହସିଲ ଅଧୀନରେ ଥିବା ବହୁ ସରକାରୀ ରାସ୍ତା ଉଚ୍ଛେଦ କରାଯାଉଛି । ନିକଟରେ ଧୁଷୁରୀ ଓ ଧାମନଗରରେ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଥିବାବେଳେ ଦୋବଲ ବଜାରରେ ତାହା ଆରମ୍ଭ ହୋଇଛି । ଦୋବଲ କାଳୀବଜାର ଠାରୁ ଆରମ୍ଭ କରି ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଥିବା ସରକାରୀ ଜମିରେ ଜବରଦଖଲ ଉଚ୍ଛେଦ ତହସିଲ ପକ୍ଷରୁ ଆରମ୍ଭ ହୋଇଛି । ଧାମନଗର ତହସିଲଦାର ଦୀପକ ଦାସ, ଏସ୍‌ଡିପିଓ ତ୍ରିଲୋଚନ ସେଠୀ, ଥାନାଧିକାରୀ ଫନିନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଦୋବଲ ବଜାରରେ ଥିବା ଦୁଇପାଶ୍ୱର୍କୁ ଜେସିବି ସାହାଯ୍ୟରେ ଉଚ୍ଛେଦ କରାଯାଇଛି । ତେବେ କାଳୀପଡିଆ ଠାରୁ ଦୋବଲ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପ୍ରାୟ ୧ କିମି ରାସ୍ତାର ବିଭିନ୍ନ ସ୍ଥାନରେ ୭୫, ୫୫, ୫୦, ୪୫ କଡି ରାସ୍ତା ଥିବାବେଳେ ପ୍ରାୟ ୫୫ କଡି ରାସ୍ତା ଉଚ୍ଛେଦ ହେଲେ ଯାତାୟତର ସୁବିଧା ହୋଇପାରନ୍ତା । କିନ୍ତୁ ଜବରଦଖଲକାରୀମାନେ ନିଜର ଘର ସହ ଦୋକାନ କରିଥିବାରୁ ଏହି ରାସ୍ତା ସଂକୁଚିତ ହୋଇଛି । ତେବେ ତହସିଲ ପକ୍ଷରୁ ମାପ କରାଯାଉଥିବାବେଳେ ଅଧିକାଂଶ ସ୍ଥାନରେ ପ୍ରଶାସନ ପକ୍ଷରୁ ଚାପ ପଡୁଥିବାରୁ ର, ଠ ଭାବେ ଏହି ମାପ କରାଯାଉଛି । ଯଦି ପ୍ରକୃତ ପକ୍ଷେ ନିରପେକ୍ଷ ଭାବେ ମାପ କରାଯାଇ ଉଚ୍ଛେଦ ହୁଅନ୍ତା, ପାଖାପାଖି ୫୫ କଡି ରାସ୍ତା ବାହାରି ପ୍ରଶସ୍ତ ରାସ୍ତା ସହ ଡ୍ରେନେଜ୍‌ର ବ୍ୟବସ୍ଥା ହୋଇପାରନ୍ତା । ସେହିପରି କାଳୀ ବଜାର ଠାରୁ ହାଟ ଛକ ପର୍ଯ୍ୟନ୍ତ ମାପ କରାଯାଉଥିବାବେଳେ ହାଟଠାରୁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ମାପ କରାନଯିବାର କାରଣ ଜଣାପଡୁନାହିଁ । ତେବେ ୩ ଦିନ ମଧ୍ୟରେ ଦୋବଲ ବଜାର ରାସ୍ତା ଜବରଦଖଲ ଉଚ୍ଛେଦ କରାଯିବା ପରେ ରାସ୍ତା ନିର୍ମାଣ ଖୁବଶୀଘ୍ର କରାଯିବ ବୋଲି ତହସିଲଦାର ଶ୍ରୀ ଦାସ କହିଛନ୍ତି ।