Odiapua.com

ଦୋବଲରେ ନଦୀବନ୍ଧ ଘଳିଆକୁ ନେଇ ଶାସକ ଦଳରେ ତୀବ୍ର ଗୋଷ୍ଠୀକନ୍ଦଳ,ବାଲିବସ୍ତା କାଢ଼ି ଖୋଳିଦେଲେ ବିରୋଧୀ, ଅର୍ଥ ହରିଲୁଟ୍ ଅଭିଯୋଗ

ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ୟା ବିପତି ସମୟରେ ଲୋକଙ୍କ ଜୀବନଜୀବିକା ସଙ୍କଟରେ ପଡ଼ିଥିବା ବେଳେ ଧାମନଗର ବ୍ଲକ ଦୋବଲ ପଂଚାୟତରେ ନଦୀବନ୍ଧ ମରାମତିକୁ ନେଇ ଶାସକ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଦେଖାଦେଇଥିବା ଛକାପଞ୍ଝା ଏବେ ଚର୍ଚ୍ଚାର ବିଷୟ ହୋଇଛି। ନଦୀବନ୍ଧ ସୁରକ୍ଷା ନାଁରେ ରାଜନୀତି ଓ ସରକାରୀ ଟଙ୍କା ଆତ୍ମସାତ୍ କରିବାର ହୀନ ପ୍ରୟାସକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଦୋବଲ ପଂଚାୟତ ସୀମାରେ ଗେଙ୍ଗୁଟି ନଦୀର ବାମ ପାର୍ଶ୍ୱରେ ଥିବା ୨.୬ କିଲୋମିଟର ଲମ୍ବର ବନ୍ଧଟି ୨୦୨୧ ପରଠାରୁ ଦୁର୍ବଳ ଅବସ୍ଥାରେ ଥିଲା। ସୋଧ ଧରମ ପଡ଼ିଆ ଗଡ଼ାଣିଠାରୁ କରଦା ପୋଲ ମଧ୍ୟରେ ୧୦ ଟି ସ୍ଥାନରେ ନଦି ବନ୍ଧ ଦୃବଳ ସହ ବନ୍ଧ କଡ ରେ ବଡ ବଡ ଗର୍ତ ସୃଷ୍ଟି ହୋଇଥିଲା। ଏ ନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶପରେ ଜଳସମ୍ପଦ ବିଭାଗରନିଦ ଭାଙ୍ଗିଥିଲା।ବନ୍ୟା ପୂର୍ବରୁ ଉକ୍ତ ପଂଚାୟତର ଶାସକ ଦଳର ଗୋଟିଏ ଗୋଷ୍ଠୀ ଜଳସମ୍ପଦ ବିଭାଗର ଅନୁମତି ନେଇ ବାଲିବସ୍ତା ପକାଇ ମରାମତି କରିଥିଲେ। ମଙ୍ଗଳବାର ବନ୍ୟାଜଳ ଆସିବା ପରେ ଘଳିଆ ଆଶଙ୍କା କରି ସେମାନେ ପୁଣି ପୁନର୍ବାର ବାଲିବସ୍ତା ଓ ବାଉଁଶ ଜାଫେରି ଦେଇ ବନ୍ଧକୁ ସୁରକ୍ଷିତ ରଖିଥିଲେ, ଯାହା ଫଳରେ ବନ୍ୟା ଦାଉରୁ ଗାଁ ରକ୍ଷା ପାଇଥିଲା। ତେବେ ଏହି ସଫଳତା ନେଇଶାସକ ଦଳର ଅନ୍ୟ ବିରୋଧୀ ଗୋଷ୍ଠୀ ମଧ୍ୟରେ ଆକ୍ରୋଶ ରେ ଦଳୀୟ କନ୍ଦଳ କୁ ବୃଦ୍ଧି କରି ଶାସକ ଦଳର ଜଣେ ପ୍ରଭାବଶାଳୀ ତଥା ମନ୍ତ୍ରୀଙ୍କ ଖାସ ଅନୁଗାମୀ ଏହି ବିରୋଧୀ ଗୋଷ୍ଠୀକୁ ପଛରୁ ଇନ୍ଧନ ଯୋଗାଇଥିବା ଅଭିଯୋଗ ହୋଇଛି। ଫଳସ୍ୱରୂପ, ଶାସକଦଳର ବିରୋଧୀ ଗୋଷ୍ଠୀ ଶନିବାରଠାରୁ ବନ୍ଧର ସୁରକ୍ଷାପାଇଁ ପୁର୍ବରୁ ପଡ଼ିଥିବା ବାଲି ବସ୍ତା ଉପରେ ପୁଣିବାଲି ବସ୍ତା ପକା ଯାଉଛି। କିଛି ସ୍ଥାନରେ ବନ୍ଦ କୁ ଖୋଳି ବାଲି ବସ୍ତା ପକା ଯାଉଛି।ଆହୁରି ବନ୍ଧ ଉପରୁ ଘାସ ଚାଞ୍ଛି ଅଯଥାରେ ମାଟି ପକାଉଥିବା ଦେଖିବାକୁ ମିଳିଛି।ଲୋକଙ୍କ ସୁରକ୍ଷାକୁ ବାଜି ଲଗାଇ ବନ୍ଧ ମରାମତି ନାଁରେ ଅଯଥା ସରକାରୀ ଅର୍ଥ ହରିଲୁଟ୍ କରିବା ପାଇଁ ଶାସକ ଦଳର ଏହି ଗୋଷ୍ଠୀ ଏଭଳି ବେଆଇନ୍ କାର୍ଯ୍ୟ କରୁଥିବା ନେଇ ବିଜୁ ଜନତା ଦଳ ବ୍ଲକ ସଭାପତି ପ୍ରତାପ ସାମଲ କ୍ଷୋଭ ପ୍ରକ।। କରିବା ସହ ବନ୍ଧ ମରାମତି ଦୁର୍ନୀତି ସଂମ୍ପର୍କ ରେ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି କହିଥିଲେ।ସବୁଠାରୁ ବଡ କଥାହେଲା ବର୍ଷା ଓ ବନ୍ୟା ପୂର୍ବରୁ ନଦୀ ବନ୍ଧ ଦୁଇ ପାଖ ସଫା କରାଯାଇ ମରାମତି କରାଯାଏ କିନ୍ତୁ ବର୍ଷା ବନ୍ୟା ଛାଡ଼ିବାପରେ ନଦୀ ବନ୍ଧସଫା କରି ଦୁର୍ନୀତି କାହା ଇଙ୍ଗିତରେ ହେଉଛି । ଏ ଦିଗରେ ଧାମନଗର ଜଳସେଚନ ବିଭାଗର ଯନ୍ତ୍ରୀ କହିଛନ୍ତି ବନ୍ୟା ପୂର୍ବରୁ ବନ୍ଧରେ ବାଲିବସ୍ତା ପଡ଼ିଛି ହେଲେ ଅନ୍ୟକିଛି କହିବାକୁ ମନା କରିଥିଲେ।ତେବେ ଏପରି ଘଟଣା ର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।