Odiapua.com

ଦୋକାନ ଭିତରୁ ସାପ ଉଦ୍ଧାର, ବନବିଭାଗ କୁ ହସ୍ତାନ୍ତର

ଖଡିଆଳ/ନୂଆପଡା-୦୫.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ)ନୂଆପଡା ଜିଲ୍ଲା ଖଡିଆଳ ସହରରେ ଥିବା ମହେନ୍ଦ୍ରା କମ୍ପ୍ୟୁଟର ଦୋକାନ ଭିତରେ ଗୋଟିଏ ଚୁରିଆଖେଦୁ (ଚିତି) ପଶିଯାଇ ଦୋକାନ ଭିତରେ ରହିଥିଲା। କମ୍ପ୍ୟୁଟର ଦୋକାନୀ ଅତୁଲ୍ୟ ସେଠୀ ସାପକୁ ଦେଖିଲା ପରେ ବନବିଭାଗ ରେଞ୍ଜର ସଦାନନ୍ଦ ସୁନାନୀ ଓ ଫରେଷ୍ଟର ମନୋଜ କୁମାର ମାଝୀଙ୍କୁ ଖବର ଦେଲାପରେ ତାଙ୍କର ଏକ ସାପ ଧାରାଳି ଦଳ ଆସି ସାପକୁ ଧରି ନେଇଯାଇଥିଲେ ଓ ନିକଟସ୍ଥ ଜଙ୍ଗଳରେ ଛାଡି ଦେଇଥିଲେ। ସୂଚନା ଥାଉକି ସୋମବାର କାଳବୈଶାଖୀ ବର୍ଷା ହେବାଫଳରେ ଥଣ୍ଡା ଯୋଗୁଁ ସାପ ଗୁଡିକ ଘର ଗୁଡିକୁ ପଶିଯାଉଥିବା ଦେଖିବାକୁ ମିଳିଛି।