Odiapua.com

ଦୋକାନ ଗୁଡିକ ସମ୍ମୁଖରେ ସାମାଜିକ ଦୂରତା ରହୁନଥିବା ଅଭିଯୋଗ

ପୁରୀ ୧୦-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସହର ଏବଂ ଆଖପାଖ ଅଚଂଳରେ ଦିନକୁ ଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ଯୋଗୁ ସାଧାରଣରେ ଚିନ୍ତାର ବିଷୟ ହୋଇଛି। ପୁରୀ ସହରରେ ଲକ୍ ଡାଉନ୍ କାର୍ଯ୍ୟକାରୀ କରାଯାଉଛି ଏବଂ ସକାଳ ୭ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଦୋକାନ ବଜାର ଗୁଡିକ ଖୋଲାରହୁଛି। ବିଭିନ୍ନ ଦୋକାନ, ପରିବା ବଜାର, ମାଛହାଟ, ଓ ଠେଲା ଦୋକାନ ଏବଂ ଅନ୍ୟାନ୍ୟ ଜଳଖିଆ ଦୋକାନ ଗୁଡିକ ଆଗରେ ସାମାଜିକ ଦୂରତା ନରହିବା ଓ ବ୍ୟବସାୟ ପ୍ରତିଷ୍ଠାନ ର ମାଲିକ କର୍ମଚାରୀ ଓ ଗ୍ରାହକମାନେ ମଧ୍ୟ ମାସ୍କ୍ ବ୍ୟବହାର କରୁନଥିବା ଦେଖାଯାଏ। ଗତ ୨ ବା ୩ ଦିନ ଦେବ ସହର ର କେତକ ମୁଖ୍ୟ ଅଚଂଳରେ ମାସ୍କ୍ ଜାଚଂ କରାଯିବା ସହ ଜୋରିମନା ଆଦାୟ କରାଯାଇଥିବାବେଳ ମଧ୍ୟ କେତେକ ଅଚଂଳରେ ଅମାନିଆ ମାନେ ମାସ୍କ୍ ପିନ୍ଦୁ ନଥିବା ଅଭିଯୋଗ ହେଉଛି। ଆସନ୍ତା କାଲି ଓ ପହରଦିନ ୨ ଦିନ ଧରି ପୁରୀ ସହରରେ ସଟ୍ ଡାଉନ୍ ଲାଗୁ କରାଯିବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଛି। ପୂର୍ବ ରୁ ପୋଲିସ୍ ପ୍ରଶାସନ ପକ୍ଷରୁ ଯେପରି ଲୋକମାନଙ୍କୁ ସଚେତନ କରାଯିବା ପାଇଁ କାର୍ଯ୍ୟ କରାଯାଇଥିଲା ତାହା ଆଜି ବିଶେଷ ଭାବେ କଡାକଡି ହେଉନଥିବା ଅଭିଯୋଗ ହେଉଛି।