ନୂଆ ଦିଲ୍ଲୀ ୨୭ -୧୦ (ଓଡ଼ିଆ ପୁଅ) ଶ୍ରୀନଗର ଜାମ୍ମୁ କାଶ୍ମୀରର ବାରାମୁଲ୍ଲାରେ ଜଣେ ଦୋକାନୀଙ୍କୁ ଗୁଳି ଚଳାଇବାକୁ ଯାଉଥିବା ଜଣେ ଆତଙ୍କବାଦୀଙ୍କୁ ଭାରତୀୟ ସୁରକ୍ଷା ବାହିନୀ ଗୁଳି କରି ହତ୍ୟା କରିଛି। କୁହାଯାଉଛି ଯେ, ନିହତ ଆତଙ୍କବାଦୀ କିଛି ଦିନ ପୂର୍ବରୁ କାଶ୍ମୀରରେ ବିହାରର ଦୁଇ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲା। ଏହି ଆତଙ୍କବାଦୀ କେଉଁ ଆତଙ୍କବାଦୀ ସଂଗଠନର ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଭାରତୀୟ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ ଜାରି ରଖିଛି। ସୂଚନାଯୋଗ୍ୟଯେ, ଗତ କିଛି ଦିନ ମଧ୍ୟରେ କାଶ୍ମୀରରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଛି। କ୍ରମାଗତ ଭାବରେ ଏଭଳି ଆକ୍ରମଣ ଘଟୁଥିବା ଦେଖିବା ପରେ ସୁରକ୍ଷା ବାହିନୀ ଉପତ୍ୟକାର ସୁରକ୍ଷା ବୃଦ୍ଧି କରିଛନ୍ତି।
ଦୋକାନୀଙ୍କୁ ଗୁଳି କରିବାକୁ ଯାଉଥିବା ଆତଙ୍କବାଦୀ ନିପାତ୍
File Photo