Odiapua.com

ଦେହ ବ୍ୟବସାୟ ଚାଲିଥିବା ବେଳେ ଚଢାଉ, ୨ଗିରଫ

ପୁରୀ, ୧୫ା୯:କ୍ରିଷ୍ଣା ସି ସାଇଟ ଆପର୍ଟମେଣ୍ଟରେ ଚଢାଉ କରି ପୁଲିସ ଦେହ ବ୍ୟବସାୟରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟହେଲେ ଯାଜପୁର ଜିଲ୍ଲାଯାଜପୁରରୋଡ଼ର ଚିନ୍ମୟ ସ୍ୱରୂପ ପଣ୍ଡା(୫୨) ଓ ପାଣିକୋଇଲି ଚିନ୍ମୟ ରଞ୍ଜନ ରାଉତ(୪୯)। ଅଭିଯୁକ୍ତମାନଙ୍କ ନିକଟରୁ ଓଡ଼ି୦୪ଡ଼ି୨୨୨୨ ନମ୍ବର ବିଶିଷ୍ଟ ସ୍କପ୍ରିଓ, ଦୁଇଟି ବ୍ୟବହୃତ ଓ ୪ଟି ଅବ୍ୟବହୃତ କଣ୍ଡୋମ, ୪୨୦୦ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତ ଦ୍ୱୟ ଦୁଇଜଣ ଯୁବତୀଙ୍କୁ ଆଣି ସମ୍ପୃକ୍ତ ଆପାର୍ଟମେଣ୍ଟର ବ୍ଳକ ୧୦ରେଥିବା ୧୦୩ ନମ୍ବର ରୁମରେ ଅନୈତିକ କାର୍ଯ୍ୟରେ ସମ୍ପୃୃକ‌୍ତ ଥିବା ଖବର ପାଇ ପୁଲିସ ସମ୍ପୃକ୍ତ ରୁମ୍‌ରେ ଚଢାଉ କରିଥିଲା। ଚଢାଉ ସମୟରେ ଅଭିଯୁକ୍ତମାନଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଅଭିଯୁକ୍ତମାନଙ୍କ ବିରୋଧରେ ଇମୋରାଲ ଟ୍ରାଫିକ ପ୍ରିଭେନସନାଲ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି।