Odiapua.com

ଦେହ ବ୍ୟବସାୟ ଅଭିଯୋଗରେ ୩୦ ଜଣ ଯୁବକ, ଯୁବତୀ ଗିରଫ

ବାରିପଦା ୨୨-୧୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଦୀର୍ଘଦିନ ହେବ ବାରିପଦାର କେତେକ ନିର୍ଦ୍ଦିଷ୍ଟ ଲଜରେ ଦେହ ବ୍ୟବସାୟ ଚାଲିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇ ଆସୁଥିବା ବେଳେ ଦୀର୍ଘ ଦିନର ନୀରବତା ପରେ ପୋଲିସର ଏକ ସ୍ଵତନ୍ତ୍ର ସ୍କ୍ୱାର୍ଡ଼ ଦଳ ଦୁଇଟି ଲଜରେ ଚଢ଼ାଉ କରି ତିରିଶ ଜଣ ଯୁବକ ଓ ଯୁବତୀଙ୍କୁ ଗିରଫ କରାଯାଇଛି। ବାରିପଦା ର କେନ୍ଦ୍ରସ୍ଥଳୀ ର ଗାନ୍ଧୀ ମାର୍କେଟ ର ଦୁଇଟି ଲଜ ଯଥା କ୍ରିଷ୍ଣ। ଓ ଶ୍ରୀ ଗଣେଶ ଲଜ ଉପରେ ବାରିପଦା ଟାଉନ ପୋଲିସ ର ସ୍ୱତନ୍ତ୍ର ଟିମ ଯୋଜନାବଦ୍ଧ ଭାବେ ଅତର୍କିତ ଚଢ଼ାଉ କରିଥିଲା। ଅସଂଯତ ଅବସ୍ଥାରେ ୩୦ ଜଣ ଯୁବକ ଓ ଯୁବତୀ ଙ୍କୁ ଗିରଫ କରି ପୋଲିସ ଅଟକ ରଖି ତଦନ୍ତ ଚଲାଇ ଥିବା ସୂଚନା ମିଳିଛି। ସେହିପରି ମୋବାଇଲ ଫୋନ, ନଗଦ ଟଙ୍କା ଆଦି ଜିନିଷ, ପତ୍ର ପୋଲିସ ଜବତ କରିଛି।