Odiapua.com

ଦେଶୀ ମଦ ସହ ବାଇକ ଜବତ, ଜଣେ ଗିରଫ

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅବକାରୀ ବିଭାଗ ପକ୍ଷରୁ ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପାଟୁଳି ଗ୍ରାମରେ ଚଢାଉ କରାଯାଇ ଓଡି ୨୨ ଏଚ ୦୭୦୩ ନଂ ହୋଣ୍ଡା ବାଇକ ଓ ୪୦ଲିଟର ଦେଶୀ ମଦ ଜବତ କରାଯିବା ସହ ଅଭିଯୁକ୍ତ ଧୁଷୁରୀ ଥାନା ଅନ୍ତର୍ଗତ କେରୁଆ ଗ୍ରାମର ବିଶ୍ୱନାଥ ବେହେରାକୁ ଗିରଫ କରାଯାଇଛି । ଜବତ ସାମଗ୍ରୀର ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଇନିସପେକ୍ଟର ଧନେଶ୍ୱର ବରାଡଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଅଧିକାରୀ ପ୍ରହ୍ଲାଦ ସାମଲ, କନେଷ୍ଟବଳ ଅନବାଦିତ୍ୟ ବାରିକ, ରମେଶ ନାୟକ, ଅଜିତ କୁମାର ସିଙ୍କୁ, ପ୍ରଦୀପ ମଲ୍ଲିକ, ସନ୍ଧ୍ୟାରାଣୀ ସେନାପତି ପ୍ରମୁଖ ଚଢାଉରେ ସାମିଲ ଥିଲେ ।