ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଅବକାରୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୧୦ ଲିଟର ଦେଶୀ ଚୋରା ମଦ ଜବତ କରାଯିବା ସହିତ ୩ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅମୃତପୁର ଗ୍ରାମର ଏକ ଭାଟିରୁ ୮୦୦ଲିଟର ପୋଚ ଜବତ କରାଯାଇ ନଷ୍ଟ କରି ଦିଆଯାଇଛି । ଅବକାରୀ ପୁଲିସ ଏ ନେଇ ୧୨, ୧୩, ୧୪ ଓ ୧୫/୨୩ରେ ପୃଥକ ମାମଲା ରୁଜୁ କରି ଅମୃତପୁର ଗ୍ରାମର ତିଳୋତ୍ତମା ବେହେରା, କାହ୍ନୁ ଚରଣ ବେହେରା ଓ କୋହ୍ଲ ଗ୍ରାମର କବିତା ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅବକାରୀ ଉପଅଧିକ୍ଷକ ଅନୀତା ପ୍ରଧାନଙ୍କ ନେତୃତ୍ୱରେ ତିହିଡ଼ି ଅବକାରୀଥାନା ଭାରପ୍ରାପ୍ତ ଅଧିକାରିଣୀ ସନ୍ଧ୍ୟାରାଣୀ ଦାସ, ଭଦ୍ରକ ଅବକାରୀଥାନା ଏଏସଆଇ ପ୍ରହଲ୍ଲାଦ ସାମଲ, ରମେଶ ଚନ୍ଦ୍ର ନାୟକ, ଅଜିତ୍ କୁମାର ସିଂ, ଅନବାଦ୍ୱିତ୍ୟ ବାରିକ୍, ଜେମାମଣି ଜାମୁଦା, ରମେଶ ମହଲା, ରୁଦ୍ରନାରାୟଣ ଦାସ ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ ।