Odiapua.com

ଦେଶୀ ଓ ବିଦେଶୀ ମଦ ଜବତ, ୬ ଗିରଫ

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡଙ୍କ ନେତୃତ୍ୱରେ ଜିଲା ଅବକାରୀ ବିଭାଗ ପକ୍ଷରୁ ତିହିଡି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ଧ୍ୟାରାଣୀ ଦାସ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ପୀରହାଟ ଥାନା ଅନ୍ତର୍ଗତ ପୀରହାଟ ବଜାର ଏବଂ ତିହିଡି ଥାନା ଅନ୍ତର୍ଗତ ବିଲଣା, ବୋଡକ, କୁବେରା ଓ ସଦାନନ୍ଦପୁର ଗ୍ରାମରେ ଚଢାଉ କରାଯାଇ ୧୪.୨୨୦ ଲିଟର ବିଦେଶୀ ମଦ ଓ ୧୨୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଆସାମୀମାନେ ହେଲେ ପୀରହାଟ ଥାନା ଅନ୍ତର୍ଗତ ପୀରହାଟ ଗ୍ରାମର ଶରତ କୁମାର ସାହୁ ଓ ନିରଂଜନ ନାୟକ ଏବଂ ତିହିଡି ଥାନା ଅନ୍ତର୍ଗତ ବିଲଣା ଗ୍ରାମର ସଦାନନ୍ଦ ଜେନା, ବୋଡକ ଗ୍ରାମର ଆଦିତ୍ୟ ନାରାୟଣ ଜେନା, କୁବେରା ଗ୍ରାମର ଗଣେଶ ପ୍ରସାଦ ଜେନା ଓ ସଦାନନ୍ଦପୁର ଗ୍ରାମର ପିକମଣୀ ଜେନା। ଜବତ ମଦର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଉକ୍ତ ଚଢାଉରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହ୍ଲାଦ ସାମଲ, ଏଏସ୍‌ଆଇ ନନ୍ଦୁ ନାୟକ, କନେଷ୍ଟବଳ ପ୍ରଦୀପ କୁମାର ମଲ୍ଲିକ, ଅଜିତ କୁମାର ସିଙ୍କୁ, ସଂଜୟ କୁମାର ପାତ୍ର, ଜେମାମଣି ଜାମୁଡା ପ୍ରମୁଖ ସାମିଲ ଥିଲେ। ଏନେଇ ତିହିଡି ଅବକାରୀ ଥାନା ପକ୍ଷରୁ ୬ ଗୋଟି ମାମଲା ରୁଜୁ କରାଯାଇଛି।