Odiapua.com

ଦେଶର ସ୍ୱାଧୀନତା ସଂଗ୍ରାମ ପୃଷ୍ଠାରେ ରକ୍ତତୀର୍ଥ ଇରମର ବଳିଦାନ ଅବିସ୍ମରଣୀୟ, ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଷଷ୍ଠ ସନ୍ଧ୍ୟା

????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଭୂମି ତ୍ୟାଗ,ତିତିକ୍ଷା, ସଂଗ୍ରାମ ଓ ବଳିଦାନର ଭୂମି ଏବଂ ଦେଶର ସ୍ୱାଧୀନତା ସଂଗ୍ରାମ ପୃଷ୍ଠାରେ ଭଦ୍ରକ ସୁବର୍ଣ୍ଣ ସ୍ୱାକ୍ଷର ରଚିଛି। ସ୍ୱାଧୀନତା ସଂଗ୍ରାମରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ସ୍ଥିତ ଇରମ ଅଂଚଳର ଭୂମିକା ଓ ବଳିଦାନ ଅଭୂତପୂର୍ବ, ଅବିସ୍ମରଣୀୟ। ଇରମ ମାଟିର ଜାତୀୟ କବି ବାଞ୍ଛାନିଧି ମହାନ୍ତି ଯେପରି ଜାତୀୟତାବାଦୀ ସଂଗୀତର ସାରସ୍ୱତ ଝଙ୍କାର ତୋଳି ସ୍ୱାଧୀନତା ସଂଗ୍ରାମକୁ ତେଜୀୟାନ କରିଥିଲେ ସେପରି ସେହି ଅଂଚଳର ସ୍ୱାଧୀନତା ସଂଗ୍ରାମୀ ଆନ୍ଦୋଳନର ଯଜ୍ଞ ବେଦୀରେ ନିଜକୁ ଉତ୍ସର୍ଗ କରି ଭଦ୍ରକ ଭୂମିକୁ ବୀର ତଥା ତ୍ୟାଗଭୂମି ଭାବେ ଅଭିହିତ କରିଅଛନ୍ତି ବୋଲି ଉତ୍କଳ ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ପ୍ରାୟୋଜିତ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଷଷ୍ଠ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ଷଷ୍ଠ ସଂନ୍ଧ୍ୟାକୁ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ସ୍ମତିରେ ଉତ୍ସର୍ଗୀକୃତ କରାଯାଇଥିଲା ଏବଂ ‘ଐତିହାସିକ ସ୍ମାରକୀ: ସ୍ୱାଧୀନ ବାଞ୍ଛାନିଧି ଚକଲା’ ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲ। ମହୋତ୍ସବର ଉପସଭାପତି ଡାକ୍ତର ଅନୀଲ କୁମାର ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଶା ହସ୍ତଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକ ପ୍ରକାଶ କୁମାର ମିଶ୍ର ବିଶିଷ୍ଟ ଅତିଥି,ଅବସର ପ୍ରାପ୍ତ ଅଧ୍ୟକ୍ଷ କୃପାସିନ୍ଧୁ ନାୟକ ମୁଖ୍ୟ ବକ୍ତା, ଦାମୋଦର ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ନିତ୍ୟାନନ୍ଦ ମିଶ୍ର ବରେଣ୍ୟ ବକ୍ତା, ପ୍ରଧାନ ଶିକ୍ଷକ ଅଜୟ କୁମାର ପୃଷ୍ଟି, ଓଡ଼ିଶା ହସ୍ତଶିଳ୍ପ କାରିଗର ସଂଘ ସଭାପତି ଉଦୟନାଥ ମହାନ୍ତି, କବୟିତ୍ରୀ ମମତା ବଳ ଅଧ୍ୟାପିକା ଦେବସ୍ମିତା ମିଶ୍ର ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଭଦ୍ରକ ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଟ୍ରଷ୍ଟର ସଭାପତି ଇଂ. ଅଭୟ ସୂତାର ଅତିଥିମାନଙ୍କୁ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିବା ବେଳେ ସମ୍ପାଦକ ରବି ନାରାୟଣ ଖିଲାର ଅତିଥି ପରିଚୟ, ଆବାହକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ପ୍ରଦାନ ଏବଂ ମହୋତ୍ସବ ସହ ସମ୍ପାଦିକା ଅଞ୍ଜନା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ମଲ୍ଲିକ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅଧିବେଶନ ପୂର୍ବରୁ ଭଦ୍ରକ ଇନର ହୁଇଲ କ୍ଲବ ଆନୁକୂଲ୍ୟରେ ମହିଳାମାନଙ୍କୁ ନେଇ କୁଇଜ୍ ପ୍ରତିଯୋଗିତା ତଥା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସ୍ନେହଲତା ବେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆସରରେ ଝରଣା ପଟ୍ଟନାୟକ ମୁଖ୍ୟ ଅତିଥି, ଇଂ. ଅବନ୍ତୀ ମଲ୍ଲିକ, ରଶ୍ମିରେଖା ପରମାଣିକ, ପ୍ରଣତି ମଲ୍ଲିକ, ରଶ୍ମିତା ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଶା ହସ୍ତଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକ ପ୍ରକାଶ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲ।କବୟିତ୍ରୀ ମନୋରମା ରାୟ ମାନପତ୍ର ପାଠ କରିଥିଲେ। ମହୋତ୍ସବ କାର୍ଯ୍ୟକ୍ରମକୁ ନାଟ୍ୟଶ୍ରୀ ନିର୍ମଳ ରାଉତ, କବି ନାରାୟଣ ପାଢ଼ୀ, ମିଡ଼ିଆ ସେଲ୍ ଅଧ୍ୟକ୍ଷ ପ୍ରମୋଦ କୁମାର ରାୟ, ଅଞ୍ଜୁବାଳା ରାଉତ, ଅଧ୍ୟାପକ ନାଶିର ବକ୍ସ ପ୍ରମୁଖ ପରିଚାଳନା କରିଥିଲେ।