Odiapua.com

ଦେଶର ପ୍ରଥମ ଟ୍ରେଡ ୟୁନିୟନ୍ ସଙ୍ଗଠନ ଏଆଇଟିୟୁସିର ରାଜ୍ୟସ୍ତରୀୟ ଶତବାର୍ଷିକୀ ସମାରୋହ ଅନୁଷ୍ଠିତ

ଭୁବନେଶ୍ୱର, ୩୧-୧୦ (ଓଡ଼ିଆ ପୁଅ) : ଦେଶର ଶ୍ରମିକ ଶ୍ରେଣୀର ଜୀବନ-ଜୀବିକାର ସଂଗ୍ରାମ ସହ ଦେଶକୁ ବିଦେଶୀ ଶାସକଙ୍କ କବଳରୁ ମୁକ୍ତି ପାଇଁ ସଙ୍କଳ୍ପ ସହ ୩୧ ଅକ୍ଟୋବର ୧୯୨୦ ମସିହାରେ ଦେଶର ସମସ୍ତ ୟୁନିୟନ୍‌କୁ ନେଇ ଗଠିତ ହୋଇଥିଲା ପ୍ରଥମ ଟ୍ରେଡ ୟୁନିୟନ୍ ସଂଗଠନ ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିୟନ୍ କଂଗ୍ରେସ (ଏଆଇଟିୟୁସି)। ଏହି ଏଆଇଟିୟୁସିର ରାଜ୍ୟସ୍ତରୀୟ ଶତବାର୍ଷିକୀ ସମାରୋହ ଭୁବନେଶ୍ୱର, ୟୁନିଟ୍‌୬ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ଅନ୍ୟତମ ଉପସଭାପତି ତଥା ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘର ରାଜ୍ୟ ସାଧାରଣ ସମ୍ପାଦିକା ହରପ୍ରିୟା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶତବାର୍ଷିକୀ ସମାରୋହରେ ଏଆଇଟିୟୁସି ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ଏଆଇଟିୟୁସିର ଶହେ ବର୍ଷର ଶ୍ରେଣୀ ସଂଗ୍ରାମ, ତ୍ୟାଗ, ନିଷ୍ଠା ଓ ଆତ୍ମବଳିଦାନର ରକ୍ତିମ ଇତିହାସ ସ୍ମରଣ କରାଇ ଏହାର ପ୍ରଥମ ସଭାପତି ଲାଲା ଲଜପତ ରାୟଙ୍କ ଆତ୍ମବଳିଦାନଠାରୁ ଆରମ୍ଭ କରି ସମ୍ପ୍ରତି ଦେଶର ଶାସକ ବର୍ଗ ଦେଶରେ ପ୍ରଚଳିତ ସମସ୍ତ ଶ୍ରମ ଆଇନ ପ୍ରତ୍ୟାହାର କରି କମ୍ପାନୀମାନଙ୍କ ସପକ୍ଷରେ ଶ୍ରମ କୋଡ ପ୍ରଚଳନ ପର୍ଯ୍ୟନ୍ତ ସୂଚନା ଦେଇ ଆଜି ଶ୍ରମିକ ଶ୍ରେଣୀର ବୃହତ୍ତର ଐକ୍ୟ ଓ ସଂଗ୍ରାମର ଏହି ସମାରୋହକୁ ଆଇଏନ୍‌ଟିୟୁସି ରାଜ୍ୟ ସଭାପତି ଡ: ରାମଚନ୍ଦ୍ର ଖୁଣ୍ଟିଆ, ସିଆଇଟିୟୁର ରାଜ୍ୟ ସଭାପତି ଜନାର୍ଦ୍ଦନ ପତି, ଏଚ୍‌ଏମ୍‌ଏସ୍‌ର ଉପସାଧାରଣ ସମ୍ପାଦକ ବୀରେନ୍ଦ୍ର ପ୍ରତାପ ଦାସ, ଏଆଇୟୁଟିୟୁସି ନେତା ଡ: ପୂର୍ଣ୍ଣଚନ୍ଦ୍ର ବେହେରା, ଏଆଇସିିସିଟିୟୁର ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ସେଠୀ, ବିଏମ୍‌ଏସ୍ ନେତା ବସନ୍ତ କୁମାର ସାହୁ, ବିଶ୍ୱ ଶିକ୍ଷକ ମହାସଂଘର ସଭାପତି ପ୍ରଫେସର ଅମୀୟ କୁମାର ମହାନ୍ତି, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ଏଆଇଟିୟୁସି ରାଜ୍ୟ ଉପସାଧାରଣ ସମ୍ପାଦକ ବିଜୟ ଜେନା, ଉପସଭାପତି ଏନ୍ ନାରାୟଣ ରେଡ୍ଡୀ ପ୍ରମୁଖ ଉଦବୋଧନ ଦେଇଥିଲେ। ସମାରୋହରେ ଶ୍ରମିକ ଶ୍ରେଣୀ ଉପରେ ଚାଲିଥିବା ଆକ୍ରମଣ ବିରୋଧରେ ୨୬ ନଭେମ୍ବର ସର୍ବ ଭାରତୀୟ ସାଧାରଣ ଧର୍ମଘଟର ସଫଳତା ପାଇଁ ଆହ୍ୱାନ ଦିଆଯାଇଥିଲା। ଶତବାର୍ଷିକୀ ପାଳନ ଅବସରରେ ଉପରୋକ୍ତ ଭାତୃପ୍ରତିମ ସଙ୍ଗଠନ ନେତୃତ୍ୱଙ୍କୁ ଶତବାର୍ଷିକୀ ଫଳକ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏଆଇଟିୟୁସି ସଂଗଠନ ଓ ସଂଗ୍ରାମରେ ବଳିଷ୍ଠ ଭୂମିକା ନେଇଥିବା ବର୍ଷିଆନ୍ ଶ୍ରମିକ ନେତା ଗୋବିନ୍ଦ ପଟ୍ଟନାୟକ, ମଧୁସୂଦନ କର, କିଶୋର ଜେନା, ଗୌରାଙ୍ଗ ପାଣିଗ୍ରାହୀ, ମିଛୁ ମିଶ୍ର, ଯଦୁମଣି ସାହୁ, କୈଳାସ ଚନ୍ଦ୍ର ରାୟ, ପ୍ରଫୁଲ୍ଲ ତ୍ରିପାଠୀ, ରବିନ୍ଦ୍ର ଜେନା, ନିରଞ୍ଜନ ରାଉତ, ଦୁଃଖୀଶ୍ୟାମ ରାଉତ, ରାମଚନ୍ଦ୍ର ବେହେରା, ଦଣ୍ଡପାଣି ସାମଲ, ରାମଚନ୍ଦ୍ର ଦାସ, ଚନ୍ଦ୍ରମଣି ପାତ୍ର, ଆକୁଳି ନାଥ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କରୋନା କଟକଣା କାରଣରୁ ଏହି ସମାରୋହକୁ ଆସି ପାରିନଥିବା ପୂର୍ବତନ ରାଜ୍ୟ ସଭାପତି ପ୍ରଫେସର ଦୁର୍ଗା ପ୍ରସାଦ ନାୟକ, ହୃଷିକେଶ ପାଣି, ସୁବୋଧ କୁମାର ଚାଟାର୍ଜୀ, ବୃନ୍ଦାବନ ମୁଦୁଲି, ବଳରାମ ପଣ୍ଡା, କାହ୍ନୁଚରଣ କର, ହାଡ଼ିବନ୍ଧୁ ଖୁଣ୍ଟିଆ, କାଶୀନାଥ ଜେନା, କାହ୍ନୁଚରଣ ସାମଲ, ବୃନ୍ଦାବନ ପଲେଇ, ଭ୍ରମରବର ସାହୁ, ଭ୍ରମରବର ରାଉତ, କୈଳାସ ଚନ୍ଦ୍ର ମିଶ୍ର, ସରୋଜିନୀ ଜେନା ପ୍ରମୁଖ ସମ୍ବର୍ଦ୍ଧିତ ପ୍ରତିଭାଙ୍କ ଉଦ୍ଦେଶ୍ରରେ ସ୍ମୃତିଫଳକ ସମ୍ପୃକ୍ତ ଜିଲ୍ଲା କମିଟିମାନଙ୍କୁ ପ୍ରଦାନ କରାଯାଇଥିଲା। ଏହି ସମାରୋହ ପରିଚାଳନାରେ ଏଆଇଟିୟୁସି ରାଜ୍ୟ ଉପସଭାପତି ଏନ୍‌- ନାରାୟଣ ରେଡ୍ଡୀ, ରାଜ୍ୟ ସମ୍ପାଦକ ମାୟାଧର ନାୟକ, ନମିତା ସାହୁ, ଜାତୀୟ ପରିଷଦ ସଦସ୍ୟ ଜୟନ୍ତ ଦାସ, ସୁର ଜେନା, ଦେବାଶିଷ ବାବୁ, ଅଶୋକ ସାହୁ, ସତୀଶ ମିଶ୍ର, ରଜତ ପଟ୍ଟନାୟକ, ସୁଭାଶିଷ ସ୍ୱାଇଁ, ସତ୍ୟବାଦୀ ବାଗ, ଶିଶିର ମଲ୍ଲିକ ପ୍ରମୁଖ ସଂଯୋଜନା କରିଥିଲେ।