Odiapua.com

ଦେଶର ପବିତ୍ର ସମ୍ବିଧାନକୁ ଦେଶବାସୀ ଜାଣିବା ଦରକାର ପୁରୀରେ ସମ୍ବିଧାନ ଦିବସ ପାଳିତ

ପୁରୀ ୨୬/୧୧ (ଓଡ଼ିଆ ପୁଅ) ପ୍ରତ୍ୟେକ ଭାରତୀୟ ସମ୍ବିଧାନକୁ ଜାଣିବା ଜରୁରୀ। କେବଳ ଅଧିକାର ହାସଲ ନୁହେଁ, ଦେଶ ପ୍ରତି କର୍ତ୍ତଵ୍ୟନିଷ୍ଠ ହେବା ମଧ୍ୟ ଜରୁରୀ। ଆମ ଦେଶର ସମ୍ବିଧାନ ବିଶ୍ଵରେ ଅନନ୍ୟ ଓ ଶ୍ରେଷ୍ଠ। ଏହାର ପ୍ରତିଷ୍ଠା ଓ ଗୌରବ ବଢାଇବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି ଅତିଥି ମାନେ। ଆଜି ପୂର୍ବାହ୍ନରେ ପୁରୀ ୟୁଥ୍ ହଷ୍ଟେଲ ପରିସରରେ ଜିଲ୍ଲା ପ୍ରଶାସନ ଓ ନେହେରୁ ଯୁବ କେନ୍ଦ୍ର ପୁରୀ ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଥିଲା। କେନ୍ଦ୍ର ର ସଂଯୋଜକ ଜୟଶଂକର ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ପଦ୍ମନାଭ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସାମ୍ବାଦିକ ଜଗନ୍ନାଥ ବସ୍ତିଆ, ସମାଜସେବୀ ବଦ୍ରି ମିଶ୍ର, କୋଣାର୍କ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ବିଷ୍ଣୁ ଚରଣ ମିଶ୍ର, ପ୍ରଫେସର ରାକେଶ ମିଶ୍ର, , ଶିକ୍ଷାବିତ୍ ଦେବାଶିଷ ତ୍ରିପାଠୀ, ଅଧ୍ୟାପକ ବିଜୟ ଛାଟୋଇ ଅତିଥି ଭାବେ ଯୋଗଦେଇ ସମ୍ବିଧାନ ଦିବସ ର ମହନୀୟତା ଉପରେ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ସମ୍ବିଧାନ ଦିବସ ର ସମୂହ ଶପଥ ପାଠ ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ସଞ୍ଚାଳନ କରିଥିଲେ ବିଶିଷ୍ଟ କୁଇଜ୍ ମାଷ୍ଟର ପଦ୍ମନାଭ ପଣ୍ଡା। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଛଅଟି ଦଳ ଭାଗ ନେଇଥିଲେ। ଏହି କୁଇଜ୍ ରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପ୍ରଥମ, ମାଆ ଶାରଦା ଦେବୀ ସେବା ସଂଗଠନ ଦ୍ବିତୀୟ ଓ ସରକାରୀ ମହିଳା ମହାବିଦ୍ୟାଳୟ ତୃତୀୟ ପୁରସ୍କାର ପାଇଥିଲେ।ଏହି ଅବସରରେ ଶ୍ରେଷ୍ଠ କ୍ଲବ୍ ଭାବେ ପୁରୀ ଜଙ୍ଗଲୀ କ୍ଲବ୍ କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ସୁକାନ୍ତ କୁମାର ମହାନ୍ତି।