Odiapua.com

ଦେଶର ଚଳଚ୍ଚିତ୍ର ତାରକା କାନ୍ସରେ ଶ୍ରୀ ଅନୁରାଗ ଠାକୁରଙ୍କ ସହିତ ପାଇବେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା : ସେମାନଙ୍କ ମଧ୍ୟରେ ଅଛନ୍ତି ଏ.ଆର ରେହମାନ, ଶେଖର କପୁର, ଅକ୍ଷୟ କୁମାର ପ୍ରମୁଖ

ନୂଆ ଦିଲ୍ଲୀ ୧୧ -୫ (ଓଡ଼ିଆ ପୁଅ) ୭୫ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଚଳିତ ଥର ଭାରତୀୟ ଦର୍ଶକମାନଙ୍କ ନିମନ୍ତେ ଏକ ଚିତାକର୍ଷକ ଘଟଣା ହେବାକୁ ଯାଉଛି। ଦେଶବ୍ୟାପୀ ବିଭିନ୍ନ ସ୍ଥାନରୁ ଚଳଚ୍ଚିତ୍ର ତାରକାମାନଙ୍କୁ ନେଇ ଯାଉଥିବା ପ୍ରତିନିଧିଦଳକୁ ଆସନ୍ତା ୧୭ତାରିଖ ଦିନ ମହୋତ୍ସବରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ।

କାନ୍ସରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଭାରତର ପ୍ରତିନିଧିତ୍ୱ କରିବେ। ଦେଶରେ ସଙ୍ଗୀତ ଶିଳ୍ପର ଅନେକ ଏହି ପ୍ରତିନିଧି ଦଳରେ ରହିବେ। ନିମ୍ମୋକ୍ତ ପ୍ରତିଷ୍ଠିତ କଳାକାରମାନେ ଏହି ପ୍ରତିନିଧି ଦଳରେ ଅଛନ୍ତି। ସେମାନେ ହେଲେ

୧. ଶ୍ରୀ ଅକ୍ଷୟ କୁମାର(ଅଭିନେତା ଓ ପ୍ରଯୋଜକ, ବଲିଉଡ)

୨.ଶ୍ରୀ ଏ.ଆର ରେହମାନ (ଆନ୍ତର୍ଜାତିକ ସଙ୍ଗୀତ ନିର୍ଦ୍ଦେଶକ)

୩. ଶ୍ରୀ ମାମେ ଖାଁ (ଲୋକ ସଙ୍ଗୀତ ପ୍ରଯୋଜକ ଓ ଗାୟକ)

୪. ଶ୍ରୀ ନୱାଜ ଉଦ୍ଦିନ ସିଦ୍ଦିକ(ଅଭିନେତା, ବଲିଉଡ)

୫. ଶ୍ରୀମତୀ ନୟନ ତାରା (ଅଭିନେତ୍ରୀ, ମାଲୟାଲମ, ତାମିଲ)

୬. ଶ୍ରୀମତୀ ପୂଜା ହେଗଡେ (ଅଭିନେତ୍ରୀ, ହିନ୍ଦି, ତେଲୁଗୁ)

୭. ଶ୍ରୀ ପ୍ରସୂନ ଯୋଶୀ (ଅଧ୍ୟକ୍ଷ ସିବିଏଫସି)

୮.ଶ୍ରୀ ଆର ମାଧବନ (ଅଭିନେତା ଓ ପ୍ରଯୋଜକ)ୱାର୍ଲଡ ପ୍ରିମିୟମ ଅଫ ରକେଟେରୀ ଆଟ କାନ୍ସ

୯. ଶ୍ରୀ ରିକି କେଜ (ସଙ୍ଗୀତ ପ୍ରଯୋଜକ)

୧୦. ଶ୍ରୀ ଶେଖର କପୁର(ଚଳଚ୍ଚିତ୍ର ନିର୍ମାତା)

୧୧. ଶ୍ରୀମତୀ ତମନ୍ନା ଭାଟିଆ(ଅଭିନେତ୍ରୀ ହିନ୍ଦି, ତେଲୁଗୁ ଓ ତାମିଲ ଚଳଚ୍ଚିତ୍ର)

୧୨. ଶ୍ରୀମତୀ ବାଣୀ ତ୍ରିପାଠୀ (ଅଭିନେତ୍ରୀ)

ଚଳଚ୍ଚିତ୍ର ଜରିଆରେ ଭାରତରେ ବିବିଧତା, ସଂସ୍କୃତି, ଐତିହ୍ୟ, ଗାଥା ଓ ବିକାଶ ବାର୍ତ୍ତାକୁ ଲୋକଲୋଚନକୁ ଆଣିବା ଚଳିତବର୍ଷର ଯୋଜନା ରହିଛି। ବିଭିନ୍ନ ବିଷୟର ପ୍ରତିନିଧିତ୍ୱ କରୁଥିବା ମୂଲ୍ୟବୋଧକୁ ଦୃଷ୍ଟିରେ ରଖି ଦେଶର କୋଣ ଅନୁକୋଣରୁ ପ୍ରତିନିଧିମାନଙ୍କୁ ଚୟନ କରାଯାଇଛି।

ନିକଟରେ ଅନୁଷ୍ଠିତ ହୋଇଯାଇଥିବା ୫୨ତମ ଭାରତ, ଆର୍ନ୍ତଜାତିକ ଚଳଚ୍ଚିତ୍ର ମହୋତ୍ସବ ତଥା ନେଟଫ୍ଲିକ୍ସ, ଆମାଜନ ଭଳି ଓଟିଟି ଫ୍ଲାଟଫର୍ମର ସହଯୋଗ, ଆଗାମୀପିଢିର ୭୫ ସୃଜନଶୀଳ ବ୍ୟକ୍ତିତ୍ୱ ଓ ବ୍ରିକ୍ସ ଚଳଚ୍ଚିତ୍ର ମହୋତ୍ସବ ଇତ୍ୟାଦିର ବିଶ୍ଳେଷଣରେ ଅନେକ ନୂତନ ପଦକ୍ଷେପମାନ ମଧ୍ୟ ନିଆହୋଇଛି। ସେହିପରି ଚଳିତବର୍ଷ କାନ୍ସ ପାଇଁ କେତେକ ଅଭିନବ ଓ ନୂତନ ବିଷୟବସ୍ତୁ ମଧ୍ୟ ବଛାଯାଇଛି।

ଉଲ୍ଲେଖଯୋଗ୍ୟ ଯେ କାନ୍ସ ଚଳଚ୍ଚିତ୍ର ମହୋତ୍ସବର ଚଳିତ ସଂସ୍କରଣରେ ଭାରତ ଆନୁଷ୍ଠାନିକ ସମ୍ମାନ ମାର୍ଚ ଡ୍ୟୁ ଫିଲ୍ମ ପାଇବ। ଏଭଳି ସମ୍ମାନ ପ୍ରଥମଥର ନିମନ୍ତେ କୌଣସି ଦେଶକୁ ପ୍ରଦାନ କରାଯାଉଥିବାବେଳେ, ଏହା ଭାରତ ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ କରୁଥିବାବେଳେ ପ୍ରଦାନ କରାଯାଉଛି। ଚଳିତବର୍ଷ ଭାରତ ଓ ଫ୍ରାନ୍ସ ମଧ୍ୟ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରୁଛନ୍ତି।