Odiapua.com

ଦେଶରେ ନିର୍ମାଣ ହେବ ଆଉ ୧୦୦ଟି ବିମାନ ବନ୍ଦର

ନୂଆଦିଲ୍ଲୀ: ଦେଶରେ ଆଉ ୧୦୦ଟି ନୂଆ ବିମାନ ବନ୍ଦର ନିର୍ମାଣ କରିବା ଯୋଜନା କରିଛନ୍ତି କେନ୍ଦ୍ର ସରକାର।ଏ’ ବାବଦରେ ୧ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବ।୨୦୨୪ ସୁଦ୍ଧା ଏହି ସବୁ ବିମାନ ବନ୍ଦର ନିର୍ମାଣ କରାଯିବା ଲକ୍ଷ ରଖାଯାଇଛି।ସେଥିପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତ ସରିଛି।ଛୋଟ ସହର ଓ ଗ୍ରାମାଞ୍ଚଳକୁ ବିମାନ ‌ନେଟ୍‌ୱର୍କ ସହ ଯୋଡ଼ିବା ଲାଗି ୧୦୦୦ଟି ନୂଆ ରୁଟ୍‌ ଆରମ୍ଭ କରିବାକୁ ମଧ୍ୟ ନିଷ୍ପତି ହୋଇଛି।ଏହାସହ ବିମାନକୁ ଲିଜ୍‌ରେ ପ୍ରଦାନ କରିବା ବ୍ୟବସାୟ ମଧ୍ୟ ଆରମ୍ଭ କରିବାକୁ ସରକାର ଯୋଜନା କରୁଥିବା ଜଣାପଡ଼ିଛି।୨୦୨୫ ସୁଦ୍ଧା ଦେଶ ଭିତରେ ଯାତାୟାତ କରୁଥିବା ବିମାନ ସଂଖ୍ୟାକୁ ୧୨୦୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର।//ଦେବଦତ୍ତ ରଥ