Odiapua.com

ଦେଶରେ ଦୈନିକ ନମୁନା ପରୀକ୍ଷା ହାରାହାରି ୮ ଲକ୍ଷ : ବର୍ତ୍ତମାନ ନିୟୁତ ପିଛା ପରୀକ୍ଷଣ ସଂଖ୍ୟା ୨୭, ୦୦୦ରୁ ଅଧିକ

ନୂଆ ଦିଲ୍ଲୀ ୨୬-୮ (ଓଡ଼ିଆ ପୁଅ) ସମୟୋଚିତ ତଥା ବ୍ୟାପକ ପରୀକ୍ଷଣ ମାଧ୍ୟମରେ ଏହି ମହାମାରୀ ବିରୁଦ୍ଧରେ ଲଢିବା ପାଇଁ ଭାରତର ରଣନୀତି ଯଥେଷ୍ଟ ସଫଳ ହୋଇଛି। କେନ୍ଦ୍ରର ନେତୃତ୍ୱାଧୀନ ନୀତି ‘ପରୀକ୍ଷା-ଚିହ୍ନଟ-ଚିକିତ୍ସା’ ଅନୁସରଣ କରି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମିଳିତ ପ୍ରୟାସରେ ଭାରତ ଦିନକୁ ୧୦ ଲକ୍ଷ ପରୀକ୍ଷଣକୁ ଛୁଇଁବାରେ ସମର୍ଥ ହୋଇଛି।

ଗତ ୭ ଦିନର ହାରାହାରି ପରିକ୍ଷଣରୁ ଉଭୟ କେନ୍ଦ୍ର ଓ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ରଣନୀତି ବେଶ ସଫଳ ପ୍ରମାଣିତ ହୋଇଛି। ଆଜିସୁଦ୍ଧା ହୋଇଥିବା ମୋଟ ପରୀକ୍ଷଣ ୩, ୭୬, ୫୧, ୫୧୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮, ୨୩, ୯୯୨ ପରୀକ୍ଷା କରାଯାଇଥିଲା। ସଅଳ ଚିହ୍ନଟ ଯୋଗୁଁ ଏହି ସଂଖ୍ୟକ ପରୀକ୍ଷା ସମ୍ଭବ ହୋଇପାରିଛି। ଶୀଘ୍ର ରୋଗ ନିରୂପଣ ଯୋଗୁଁ ସଂକ୍ରମିତ ରୋଗୀଙ୍କୁ ଯଥାସମ୍ଭବ ହସ୍ପିଟାଲରେ ଭର୍ତ୍ତି କରାଯାଇପାରୁଛି। ଏହାଫଳରେ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି।

ରୋଗନିରୂପଣକାରୀ ପରୀକ୍ଷାଗାରର ବୃଦ୍ଧି ଯୋଗୁଁ ବ୍ୟାପକ ପରୀକ୍ଷା ସମ୍ଭବ ହୋଇପାରିଛି। ସେଦୃଷ୍ଟିରୁ ସଫଳତାର ଫଳ ସ୍ୱରୂପ ଏକ ନିୟୁତ ଜନସଂଖ୍ୟାରେ ନମୁନା ପରୀକ୍ଷଣ ୨୭, ୨୮୪କୁ ବୃଦ୍ଧି ପାଇଛି। ଏହି ଧାରା ଅବ୍ୟାହତ ରହିଛି।

ପରୀକ୍ଷାଗାରଗୁଡିକର ସଂପ୍ରସାରଣ ଯୋଗୁଁ ଦେଶରେ ପରୀକ୍ଷା ସୁବିଧା ଅଧିକ ସହଜ ହୋଇଛି। ୯୯୨ଟି ସରକାରୀ ଓ ୫୪୮ଟି ଘରୋଇ ପରୀକ୍ଷାଗାର ସମେତ ମୋଟ ୧୫୪୦ଟି ପରୀକ୍ଷାଗାରରେ ଏହି ନମୁନା ପରୀକ୍ଷା କରାଯାଉଛି।

କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA।

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019@gov.in and @CovidIndiaSeva।

କୋଭିଡ-୧୯ ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ନିଃଶୁଳ୍କ)କୁ ପଚରା ଯାଇପାରିବ।

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ।