Odiapua.com

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୯,୭୪୨ ନୂଆ ଆକ୍ରାନ୍ତ ଚିହ୍ନଟ, ୫୩୫ ମୃତ

ନୂଆ ଦିଲ୍ଲୀ ୨୫-୭ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୯,୭୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪,୦୮,୨୧୨ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୩୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୦୫,୪୩,୧୩୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୯,୯୭୨ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୩୫% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୩,୭୧,୯୦୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୭୬୫ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୩୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪୨୦୫୫୧ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୩୧%

ଆରୋଗ୍ୟ ହୋଇଛନ୍ତି ୯୭.୩୫%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୪୩, ୩୧, ୫୦, ୮୬୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୧, ୧୮, ୨୧୦

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୪୫, ୬୨, ୮୯, ୫୬୭ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୭, ୧୮, ୭୫୬