Odiapua.com

ଦେଶରେ କମିଲା ମୃତ୍ୟୁ ସଂଖ୍ୟା ଏବଂ ସଂକ୍ରମଣ – କରୋନା ନେଲା ୩,୬୬୦ ଜୀବନ ୧,୮୬,୩୬୪ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ ୨୮-୫ (ଓଡ଼ିଆ ପୁଅ) ଦେଶରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଭାରତ ଗତ ୨୪ ଘଣ୍ଟା ମଧ୍ୟରେ ୧,୮୬,୩୬୪ ନୂତନ COVID୧୯ ମାମଲା ୨,୫୯,୪୫୯ ସୁସ୍ଥ ଏବଂ ୩,୬୬୦ ମୃତ୍ୟୁ ରିପୋର୍ଟ ହୋଇଛି।

ମୋଟ ମାମଲା: ୨,୭୫,୫୫,୪୫୭
ଗତକାଲି ଡିସଚାର୍ଜ ହୋଇଛନ୍ତି – ୨,୫୯,୪୫୯
ସମୁଦାୟ ଡିସଚାର୍ଜ: ୨,୪୮,୯୩,୪୧୦
ମୋଟ ମୃତ୍ୟୁ ସଂଖ୍ୟା: ୩,୧୮,୮୯୫
ସକ୍ରିୟ ମାମଲା: ୨୩,୪୩,୧୫୨
ଗତକାଲି ଟୀକାକରଣ: ୨୯,୧୯,୬୯୯
ମୋଟ ଟୀକାକରଣ: ୨୦,୫୭,୨୦,୬୬୦

ଏହା ସହ ଦେଶରେ ମୋଟ ସକରାତ୍ମକ ମାମଲା ୨୩,୪୩,୧୫୨ ହୋଇଛି।

କରୋନା ସଂକ୍ରମଣ ହେତୁ ଗୋଟିଏ ଦିନରେ ୩,୬୬୦ ମୃତ୍ୟୁ ପରେ ଭାରତରେ ମୋଟ ମୃତ୍ୟୁ ସଂଖ୍ୟା ୩,୧୮,୮୯୫ ହୋଇଛି।

ଏଥି ସହିତ କରୋନାରୁ ୨,୪୮,୯୩,୪୧୦ ଲୋକ ଆରୋଗ୍ୟ ହୋଇଛନ୍ତି।

ଭାରତରେ ଆରୋଗ୍ୟ ହାର (୯୦.୦୧%)

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଶୁକ୍ରବାର ସକାଳ ଆଠଟା ପର୍ଯ୍ୟନ୍ତ କରୋନା ଭୂତାଣୁ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୩,୪୩,୧୫୨ ଯାହା ସମୁଦାୟ ସଂକ୍ରମଣର (୮.୮୪%) ପ୍ରତିଶତ ଥିବାବେଳେ କରୋନାରୁ ଜାତୀୟ ପୁନରୁଦ୍ଧାର ହାର ରହିଛି (୯୦.୦୧%) ପ୍ରତିଶତ।

ତଥ୍ୟ ଅନୁଯାୟୀଏହି ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୨,୪୮,୯୩,୪୧୦ କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମଣରୁ ମୃତ୍ୟୁ ହାର (୧,୧୫%) ପ୍ରତିଶତ ରେକର୍ଡ କରାଯାଇଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ତଥ୍ୟ ଅନୁଯାୟୀCOVID୧୯ ପାଇଁ ୨୭ ମଇ ୨୦୨୧ ପର୍ଯ୍ୟନ୍ତ ୩୩,୯୦,୩୯,୮୬୧ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ନମୁନା ଗତକାଲି ୨୦,୭୦,୫୦୮ ପରୀକ୍ଷା କରାଯାଇଥିଲା।