Odiapua.com

ଦେଶପୁର ଗ୍ରାମରେ ସରସ୍ୱତୀ ପୂଜା

ହାଟଡିହି, ୧୬ । ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଦେଶପୁର ଗ୍ରାମରେ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ପୂଜାତ୍ସୋବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ଘଟ୍ଟ ନିମଜ୍ଜନ କରାଯାଇ ମାଙ୍କ ପୂଜାମଣ୍ଡପରେ ସ୍ଥାପନ କରାଯିବାପରେ ପଣ୍ଡିତ ପ୍ରଭାତ ରଞ୍ଜନ କରଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ବିଶ୍ୱଜିତ ମହାନ୍ତି କର୍ତ୍ତାଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରିଥିବାବେଳେ ସଭାପତି ବୈଷ୍ଣବ ଚରଣ ରାଉତ, ସମ୍ପାଦକ ପ୍ରଭାତ ରଞ୍ଜନ କର, ମହାପ୍ରସାଦ କର, ସତ୍ୟରଞ୍ଜନ କର, ସୌମ୍ୟ ରଞ୍ଜନ କର, ବିଶ୍ୱରଞ୍ଜନ ରାଉତ, ଅମରେଶ ମହାନ୍ତି, ଦେବୀପ୍ରକାଶ ସ୍ୱାଇଁ, ବବୁଲ ମହାନ୍ତି, ସୂର୍ଯ୍ୟକାନ୍ତ ମହାନ୍ତି, ହିମାଶୁଂ ଶେଖର ଜତି, ଜନରଞ୍ଜନ କର ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରୁଛନ୍ତି ।