Odiapua.com

ଦେବ ସ୍ଥଳୀରେ ଅଳିଆ ଆବର୍ଜ୍ଜନା

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ରଣଜିତ୍ ପଂଚାୟତ ମଞ୍ଜୁରୀ ସ୍ଥିତ ଅପୂଜା ମହାଦେବ ପୀଠକୁ ଲାଗି କୁଢ କୁଢ ଅଳିଆ ଆବର୍ଜ୍ଜନା ଗଦା ହୋଇଛି।ଏଥିରୁ ପଚା ଯୁକ୍ତ ଦୁର୍ଗନ୍ଧ ବାହାରୁଥିବା ବେଳେ ପୀଠକୁ ଆସୁଥିବା ଭକ୍ତ ମାନେ ଅଣନିଃଶ୍ୱାସୀ ହୋଇ ଯାଉଛନ୍ତି। ଏହାଛଡା ତିନି ନମ୍ବର ହାଇଲ୍ୱେୁଲ କେନାଲ ରାସ୍ତାରେ ଯାଉଥିବା ପଥଚାରୀ ମାନେ ମଧ୍ୟ ଏକ ଅସ୍ୱାସ୍ଥ୍ୟକର ପରିବେଶ କୁ ସାମ୍ନା କରୁଛନ୍ତି। ପଡ଼ିଥିବା ପଚ୍ଚା ଅଳିଆ ଯୋଗୁଁ ୍ୱ ମଲା ଗାଈଗୋରୁ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ବିପଦରେ ପଡୁଥିବା ଅଭିଯୋଗ ହେଉଛି।ସୂଚନା ମୁତାବକ ନିକଟ ପର୍ବତୀ ଘାଟ ଠାରେ ଜନୈକ ବ୍ୟକ୍ତି ଶୀତଳଭଣ୍ଡାର ପାଇଁ ସରକାରୀ ଭାବେ ଋଣ ଆଣି ଗୃହ ନିର୍ମାଣ କରିଥିଲେ।ସମୟକ୍ରମେ ବ୍ୟକ୍ତିଜଣକ କୌଶଳ କରି ସେଠାରେ ଏବେ ବୃହତ ଛତୁ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ସେଠାରେ ପ୍ରାୟ ୨୦୦ରୁ ଅଧିକ ଶ୍ରମିକ ନିୟୋଜିତ ଥିବା ବେଳେ ଦୈନିକ କୁଇଂଟାଲ କୁଇଂଟାଲ ଛତୁ ଉତ୍ପାଦନ ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଛତୁ ଚାଷ ପାଇଁ ଉତ୍ପାଦନ କେନ୍ଦ୍ରରେ ଛଣ ସମେତ ଅନ୍ୟାନ ରାସାୟନିକ ପଦାର୍ଥ ବହୁଳ ପରିମାଣରେ ବ୍ୟବହାର ହେଉଛି।ପରିତାପର ବିଷୟ ପାଣିଭିଜା ଛଣ ଓ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ବ୍ୟବହାର ହୋଇ ସେଥିରୁ ଛତୁ ବାହାରିବା ପରେ ଅଦରକାରୀ ପଚାସଢା ପଦାର୍ଥ ଗୁଡିକ ଆଖପାଖ ସ୍ଥାନରେ ଫିଙ୍ଗା ଯାଉଛି।ବିଶେଷ କରି କେନାଲ ରାସ୍ତାର ଅପୂଜା ମହାଦେବ ଠାରେ କୁଢ଼କୁଢ଼ ପଚାସଢା ଛଣ ସହିତ ଅନ୍ୟାନ୍ୟ ଅଦରକାରୀ ନିକୃଷ୍ଟ ପଦାର୍ଥ ଗଦା ହେଉଛି। ଛତାବର ରାଜପଥ ପାର୍ଶ୍ୱରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଏପରିକି ଛତୁ ଉତ୍ପାଦନ କେନ୍ଦ୍ରରୁ ବାହାରୁଥିବା ପଚା ପାଣି ମଧ୍ୟ ନିକଟ ଡ୍ରେନେଜେ ନାଳରେ ନିର୍ଗତ ହେଉଛି। ବୁଲା ଗାଈଗୋରୁଙ୍କ ପାଇଁ ଏହା ବିପଦ ଆଣୁଥିବା ବେଳେ ରାସ୍ତା ପାର୍ଶ୍ୱରେ ପଡ଼ିଥିବା କୁଢ଼କୁଢ଼ ଅଳିଆ ଯୋଗୁ ପଥଚାରୀ ମାନେ ଅସ୍ୱାସ୍ଥ୍ୟକର ପରିବେଶ ଦେଇ ଯାତାୟତ କରୁଛନ୍ତି। ଦୀର୍ଘ ମାସ ହେବ ଅଂଚଳରେ ଏଭଳି ଅସ୍ୱାସ୍ଥ୍ୟ କର ପରିବେଶ ସୃଷ୍ଟି ହେଉଥିବା ବେଳେ ଛତୁ ଉତ୍ପାଦନ କେନ୍ଦ୍ର ପରିଚାଳକ ଏହାର ପ୍ରତିକାର କରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ତେଣୁ ପ୍ରଶାସନ ପକ୍ଷରୁ ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହେଉଛି।