Odiapua.com

ଦେବ ଦିପାବଳୀ ପରମ୍ପରା ବୈଦିକ ସଂସ୍କାରର ଆଦିମ ସୋପାନ

ପୁରୀ, ୧୫/୨୦(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଐତିହ ସୁରକ୍ଷା ପରିଷଦ ପୁରୀ ପକ୍ଷରୁ ପବିତ୍ର ଦେବ ଦିପାବଳୀ ଅବସରରେ ଭକ୍ତ ସାଲବେଗ ପୀଠଠାରେ ଐତିହରେ ଦେବ ଦିପାବଳୀ ଶୀର୍ଷକ ଆଲୋଚନା ଚକ୍ର ପରିଷଦର ସଭାପତି ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବିଶତଷ୍ଟ ଐତିହାସିକ ମଦନ ମୋହନ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଲେ, ଶ୍ରୀକ୍ଷେତ୍ରର ଦେବ ଦୀପାବଳୀ ବାରଣାସୀ ହୋଇଥିବା ବିଶ୍ୱନାଥଙ୍କ ଦେବ ଦୀପାବଳୀ ପରମ୍ପରାରୁ ସ୍ୱତନ୍ତ୍ର ଅଟେ। କାଶୀରେ ଦଶାସ୍ୟ ମେଧଘାଟ, ବିଜୟ ଘାଟ ଆଦି ୪୪ ଘାଟରେ ଗଙ୍ଗା ନଦୀର ଉଭୟ ପାଶ୍ୱର୍ରେ କାର୍ତ୍ତିକ ପୂର୍ଣ୍ଣମୀରେ ଦେବତାମାନେ ସ୍ୱର୍ଗରୁ ଓହ୍ଲାଇଆସି ବିଶ୍ୱନାଥଙ୍କୁ ଦର୍ଶନ କରି ଏହି ଦୀପାଳି ଜାଳନ୍ତି। ଶିବ ତ୍ରିପୁରା ଅସୁରକୁ ବଧ କରିଥିବାରୁ ଏହା ଦେବତାଙ୍କ ବିଜୟ ଉତ୍ସବ ଅଟେ। କିନ୍ତୁ, ଶ୍ରୀକ୍ଷେତ୍ରରେ ଚାରୀ ଯୁଗୀୟ ପରମ୍ପରାରେ ପ୍ରଭୁ ଶ୍ରୀ ଜଗନ୍ନାଥ ସତ୍ୟ ଯୁଗର ପିତାମାତା କଶ୍ୟପ ଓ ଅଦିତି, ତ୍ରେତୟା ଯୁଗର ପିତାମାତା ଦଶରଥ ଓ କୈାଶଲ୍ୟା ଓ ସ୍ୱାପର ଯୁଗର ପିତାମାତା ବସୁଦେବ, ଦେବକୀ, ନନ୍ଦ ଓ ଯଶୋଦାଙ୍କ ଉଦ୍ଦେଶ୍ୟରେ ଦୀପଦାନ କରନ୍ତି। ଏହାପ୍ରଭୁ ଶ୍ରରଜଗନ୍ନାଥଙ୍କର ମାନବୀୟ ଲୀଳାରେ ପିତାମାତାଙ୍କୁ ପିଣ୍ଡଦାନ ସହ ଦୀପାଳୀ ପ୍ରଦାନ ଅଟେ। ଏହି ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ମୀନକେତନ ପଟ୍ଟଯୋଶୀ ଯୋଗ ଦେଇ ଦେବ ଦୀପାବଳୀ ଉପରେ ଆଲୋକପାତ କରିଥିଲେ। ଡ଼ଃ. ବଳରାମ ଦାସ ଯୋଗଦେଇ ମାନବିକ ସଂସ୍କାର ଜୀବନଧାରଣର ପ୍ରତିକ୍ଷେତ୍ରରେ ତନ୍ଦୁଳ ପ୍ରୟୋଗ ହୋଇଥିବାରୁ ଜଗନ୍ନାଥ ସଂସ୍କୃତି ସହିତ ବୈଦିକ ସଭ୍ୟତାର ମୈାଳିକ ସମ୍ଭନ୍ଧ ରହିଛି। ଆଲୋଚନା ଚକ୍ରରେ ଅଧ୍ୟାପକ ସର୍ବେଶ୍ୱର ଶଡ଼ଙ୍ଗୀ, ଝରଣା ରାଣୀ ରଥ, ଡ଼ଃ. ନୃସିଂହ ଚରଣ ପ୍ରଧାନ, ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ବାଳ ମୁକୁନ୍ଦ ଦାସ, କାଳନ୍ଦୀ ଚରଣ ପାତ୍ର, ସୂର୍ଯ୍ୟ ନାରାୟଣ ପାଣିଗ୍ରାହି, ଗୋବିନ୍ଦ ଚନ୍ଦ୍ର ଦାସ ଓ ଭବାନୀ ପ୍ରସାଦ ବଳିଆର ସିଂ ପ୍ରମୁଖ ଯୋଗ ଦେଇଥିଲେ।