Odiapua.com

ଦେବେନ୍ଦ୍ର ମହାନ୍ତି କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ମନୋନୀତ

କଳାହାଣ୍ଡି- ୦୪.୦୬.୨୦୨୦ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ବିଜେପିର ସଭାପତି ଭାବେ ପୂର୍ବତନ ସଭାପତି ତଥା ବରିଷ୍ଠ ଓକିଲ ଦେବେନ୍ଦ୍ର ମହାନ୍ତିଙ୍କୁ ରାଜ୍ୟ ସଭାପତି ମନୋନୀତ କରିଥିବା ଜଣାପଡିଛି । ଶ୍ରୀ ମହାନ୍ତି ଏହାପୂର୍ବରୁ କଳାହାଣ୍ଡି ଜିଲ୍ଲା ବିଜେପିର ଏକକ ସାଧାରଣ ସଂପାଦକ ଭାବେ ୧୯୯୭-୨୦୦୦ ପର୍ଯ୍ୟନ୍ତ ନିଷ୍ଠାର ସହିତ ଦାୟୀତ୍ୱ ତୁଳାଇଥିବା ବେଳେ ଓ ୨୦୧୨-୧୫ ବିଜେପି ଜିଲ୍ଲା ସଭାପତି ଭାବେ ସଫଳତାର ସହ ଦାୟୀତ୍ୱ ତୁଳାଇ ସାରିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟ କାରିଣି ସଭ୍ୟ ଭାବେ ନିଷ୍ଠାର ସହ ୨୦୦୯ରୁ ଦାୟୀତ୍ୱ ତୁଳାଉଥିବା ବରିଷ୍ଠ ଆଇନଜୀବି ଦେବେନ୍ଦ୍ର ମହାନ୍ତିଙ୍କୁ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଭାବେ ରାଜ୍ୟ ସଭାପତି ସମୀର ମହାନ୍ତି ନିଯୁକ୍ତି ଦେଇଥିବାରୁ ବିଭିନ୍ନ ମହଲରେ ଶୁଭେଚ୍ଛା ର ସୁଅ ଛୁଟିଛି । ଶ୍ରୀ ମହାନ୍ତି କଳାହାଣ୍ଡି ଜିଲ୍ଲା ବାର ଏସିସିଏସନର ସଭାପତି ଭାବେ ମଧ୍ୟ ଦାୟୀତ୍ୱ ତୁଳାଇବାର ଅଭିଜ୍ଞତା ରହିଛି । ଓଡିଶାର ପ୍ରାୟ ସମସ୍ତ ଜିଲ୍ଲାର ସଭାପତି ଚୟନ ହୋଇ ଦୀର୍ଘ ଦିନ ହୋଇଯାଇଥିଲେହେଁ କଳାହାଣ୍ଡି ଜିଲ୍ଲାର ସଭାପତି ଚୟନ ହୋଇନଥିଲା ।